
ଡେରାବିଶ ୦୯/୦୫/୨୦୨୪- ଜୁନ ୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋରଧରିଛି । ବିଜେଡି ଦଳର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ,ଗରଦପୁର ବ୍ଲକ ଅଂଚଳରେ ଘନଘନ କର୍ମୀସମାବେଶ ରାଜନୀତିକ ପାଣିପାଗକୁ ଉସ୍ମତା କରିଛି । ବୁଧବାର ସନ୍ଧ୍ୟାରେ ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାଠାରେ ବିଜେଡି ଦଳର ଏକ ବିଶାଳ କର୍ମୀସମାବେଶ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶରେ କେନ୍ଦ୍ରାପଡା ଲୋକସଭାର ବିଜେଡିପାର୍ôଥ ଅଂଶୁମାନମହାନ୍ତି ଯୋଗଦେଇ କୃଷି ଓ କୃଷକଙ୍କ ଉନ୍ନତିପାଇଁ ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାର ସାମୁହିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସ୍ୱପ୍ନକୁ ସାକାର କରିବାପାଇଁ ସମସ୍ତେ ଅଙ୍ଗୀକାର ବଦ୍ଧହେବାକୁ ନିବେଦନ କରିଥିଲେ । ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦକୁ ପାଥେୟ କରି ମାଟିର ପୁଅଭାବେ ସେ ପାଥ ହୋଇଛନ୍ତି । ଜୁନ ୧ ତାରିଖରେ ଯୋଡି ଶଙ୍ଖରେ ଭୋଟଦେଇ ତାଙ୍କୁ ବହୁମତରେ ନିର୍ବାଚିତ କରିବାକୁ ଅଂଶୁମାନ ଉପସ୍ଥିତ କର୍ମୀଙ୍କୁ ନିବେଦନ କରିଥିଲେ । ଏହି ସମାବେଶରେ ପାଟକୁରା ନେି୍ୱଚନାମଣ୍ଡଳୀର ଦଳୀୟ ବିଧାୟପାର୍ôଥ ଅରବିନ୍ଦ ମହାପାତ୍ର ଯୋଗଦେଇ ପ୍ରଥମେ ଜୟଜଗନ୍ନାଥ ଧ୍ୱିନି ସହ ଉପସ୍ଥିତ କର୍ମୀଙ୍କୁ ଯୋଡହସ୍ତରେ ପ୍ରଣାମ ଜଣାଇଥିଲେ । ନିଜର ବକ୍ତବ୍ୟରେ ଏକ ସମୃଦ୍ଧ ପାଟକୁରା ଗଠନ ପାଇଁ ସେ ନେଇଥିବା ସଂକଳ୍ପକୁ ସାକାର କରିବା ପାଇଁ ସମସ୍ତେ ଏକଜୁଟ ହୋଇ ଜୁନ୧ ତାରିଖରେ ମତଦାନରେ ଯୋଡିଶଙ୍ଖ ରେ ଭୋଟଦେବାକୁ ଅରବିନ୍ଦ ନିବେଦନ କରିଥିଲେ । ତେବେ ପବିତ୍ର ଅକ୍ଷୟତୃତୀୟ ଶୁକ୍ରବାର ଦିନ ସେ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିନିଜର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବୋଲି କହିଥିଲେ । ଏହି ସଭାରେ କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ଦଳୀୟ ସଂଯୋଜକ ରାଜେଶ ଦାସ ,କୁରୁଜଙ୍ଗା ସରପଂଚ ମାନସୀ ସାମଲ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ ନିଜର ବକ୍ତବ୍ୟ ରଖିଥିଲେ ଅନ୍ୟମାନଙ୍କ ମଧ୍ୟରେ ସରାଜକାନ୍ତ ନାୟକ ,ଆକାଶ ନାୟକ ଜିଲ୍ଲାବିଜେଡି ସଂପାଦିକା ସରଳ ରେଖା ସାହୁ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ ,ବ୍ଳକଙ୍କ ଯୁବ ବିଜେଡି ସଭାପତି ଗୋଲଖ ଚନ୍ଦ୍ରସାହୁ ,ପୂର୍ବତନ ସରପଂଚ ଚନ୍ଦ୍ରକାନ୍ତ ପ୍ରଧାନ ,ଯୁବ ନେତା ସତ୍ୟନାରାୟଣ ସାମଲ ପ୍ରମୁଖ ଯୋଗ ଦେଇ ନିଜର ନିର୍ବାଚନୀ ଅଭିଭାଷଣ ରଖିଥିଲେ । ଶେଷରେ ପୂର୍ବତନ ସମିତିସଭ୍ୟ ଅଭିମନ୍ୟୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ବ୍ଲକ ଅଧୀନ ୧୩ନଂ ଜୋନ ଅଧିନସ୍ଥ ସମସ୍ତ ପଂଚାୟତରୁ ବହୁସଂଖ୍ୟାରେ ମହିଳାଙ୍କ ସମେତ କର୍ମୀମାନେ ଯୋଗ ଦେଇଥିଲେ ।

