ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ବକ୍ତାରପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଗୌରବମୟ ରଥଯାତ୍ରା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଉଭୟ […]
Day: 28 June 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ । ଏଠାକାର ଲୋକେ ବିଭିନ୍ନ ଚାଷବାସକରି ନିଜର ଗୁଜରାଣ ମେଂଟାଇ ଥାନ୍ତି । ଏଠାକାର ଚାଷବାସ ଜିଲା ଅର୍ଥନୀତିର ପ୍ରମୁଖ ଭାଗ ହୋଇଥିବା ବେଳେ ଜମି ଦଲଲାଲଙ୍କ ଲୋଲୁପ ଦୃଷ୍ଟିରେ ଚାଷଜମି ପରିମାଣ ଦିନକୁ ଦିନ ହ୍ରାସ ପାଇଚାଲିଛି । ଅଧିକାଂଶ ସ୍ଥାନରେ ଚାଷଜମିର କିସମ ପରିବର୍ତନ କରାଯାଉଥିବାରୁ କୃଷି ବ୍ୟାପକ ଭାବେ ପ୍ରଭାବିତ ହେବା […]
ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୟାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର ଗ୍ରହଣ କରିଥିବା ଶିକ୍ଷକ କଳାକର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ […]
କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୨୦ବର୍ଷ ଜେଲଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ତାରିଖ ସନ୍ଧ୍ୟା ୫ଟା ସମୟରେ ନାବାଳିକା ଜଣକ ତାଙ୍କ […]
କେନ୍ଦ୍ରାପଡ଼ା, ୨୮ା୬: ଗ୍ରାମପଞ୍ଚାୟତ ସ୍ତରୀୟ ମିଶନସକ୍ତି ଫେଡେରେସନ୍(ଜି.ପି.ଏଲ.ଏଫ୍)କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜି.ପି.ଏଲ.ଏଫ୍ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ସ୍ଥାୟୀ ସଦସ୍ୟତା ମାନ୍ୟତା ପ୍ରଦାନ ଓ ପାରିଶ୍ରମିକ ବୃଦ୍ଧି ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜି.ପି.ଏଲ.ଏଫ୍ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନେ ଦୀର୍ଘ ଘଣ୍ଟାଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ […]
କେନ୍ଦ୍ରାପଡ଼ା, ୨୮ା୬: କେନ୍ଦ୍ରାପଡା ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ରିଜର୍ଭ ପୋଲିସ କାର୍ଯ୍ୟାଳୟର କନଫରେନ୍ସ ହଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟ୍ଟାରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ୧୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର […]
କେନ୍ଦ୍ରାପଡ଼ା, ୨୮ା୬ : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ ଅଭିଯାନ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ବାରୋ ଗ୍ରାମପଞ୍ଚାୟତର ତରାଣ୍ଡୋଠାରେ ଥିବା ଜିଲ୍ଲା ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ […]
କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଦସ୍ୟାମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ସମସ୍ୟା ହେଉଛି ଜଣେ ଇସି ସଦସ୍ୟା ପ୍ରତି ମାସରେ ନିଜ ଦାୟିତ୍ୱରେ ଥିବା ଗୃପ୍ମାନଙ୍କ ଠାରୁ ୩୦ଟଙ୍କା ଆଦାୟ କରି ମହାସଂଘରେ ପୈଠ କରିଥାଏ । କିନ୍ତୁ ଏମ୍ବିକେ ବର୍ଷବର୍ଷ ଧରି ତାର କୌଣସି […]
କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଘର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ । ସଂଘର ସଭାପତି ଅଜୟ କୁମାର ମହାନ୍ତିଙ୍କ ସମେତ ଅକ୍ଷୟ କୁମାର ନାୟକ, ରବିନ୍ଦ୍ର କୁମାର ବାରିକ, ପ୍ରହଲ୍ଲାଦ ମଲ୍ଲ, କିଶୋରକାନ୍ତ ପରିଡା, କୈଳାସ ଚନ୍ଦ୍ର ସ୍ୱାଇଁ, ଆକବର […]
କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୁଆଳସିଂଠାରେ ନିର୍ମିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟକୁ ସୁଗମ କରିବା ନିମନ୍ତେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁର୍ନବାସ ପକ୍ଷରୁ ଏହି ମର୍ମରେ ଆଜି ଏକ ଅନୁରୋଧ ପତ୍ର ସଂଖ୍ୟା ନଂ.୪୬ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପୁନର୍ବାସ ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟମାନେ […]
ଭୁବନେଶ୍ୱର,୨୮/୬- ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା । ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ମୋହନ ମାଝିଙ୍କ ନୂଆ ସରକାରରେ ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛିି […]
ଗାଁରେ ମୌଳିକ ସୁବିଧା ଅପହଂଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ବ୍ଲକ ପ୍ରଶାସନ ଶୁଣୁନାହାଁନ୍ତି । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଗୁରୁବାର ଶ୍ରୀରାମପୁର ପଂଚାୟତର ଶତାଧିକ ମହିଳା ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହିତ ବିଡ଼ିଓଙ୍କୁ ଘେରିଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଦମୋହନପୁର ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୋସକୋ ଆକ୍ଟ ଏବଂ ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚତେନତା ସଭାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ପୋସକୋ […]










