

ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୟାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର ଗ୍ରହଣ କରିଥିବା ଶିକ୍ଷକ କଳାକର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଭିମନ୍ୟୁ ପଢିଆରୀ ମୁଖ୍ୟଅତିଥି, ଆଳି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଉଦକର ସାମଲ,ପଟ୍ଟାମୁଣ୍ଡାଇ ବ୍ଲକ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ସି ଆର ସି ସି ସତ୍ୟବ୍ରତ ସାମନ୍ତରାୟ, ପୂର୍ବତନ ସି ଆର ସି ସି କବି ଅନ୍ତର୍ଯ୍ୟାମୀ ବେଜ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁ, ବିଜୟ ବେହେରା, ବ୍ରହ୍ମାନନ୍ଦ ସାମନ୍ତରାୟ,ଶିକ୍ଷକନେତା ଶୁଭ୍ରାଂଶୁ ଦାସ, ରମେଶ ମହାନ୍ତି, ରଞ୍ଜନ ବେହେରା,ରାମ ଚନ୍ଦ୍ର ଦାଶ, ଅଶୋକ ପରିଡା,ପ୍ରଭାକର ଦାସ, ଅଦୈତ ବିଶ୍ୱାଳ, ସୁଲେଖ ପ୍ରଧାନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକ କଳାକର ସାହୁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ନେତା ଶ୍ରୀନିବାସ ସାହୁ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ନନ୍ଦ କିଶୋର ରାଉତ ଧନ୍ୟବାଦ ଦେଇଥିଲେ ।
