ସଂସୃତି ଭବନକୁ ଭିନ୍ନକ୍ଷମଙ୍କ ସୁଗମ ପ୍ରବେଶ ବ୍ୟବସ୍ଥା ପାଇଁ ପୁର୍ନବାସର ଦାବିପତ୍ର



କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୁଆଳସିଂଠାରେ ନିର୍ମିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟକୁ ସୁଗମ କରିବା ନିମନ୍ତେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁର୍ନବାସ ପକ୍ଷରୁ ଏହି ମର୍ମରେ ଆଜି ଏକ ଅନୁରୋଧ ପତ୍ର ସଂଖ୍ୟା ନଂ.୪୬ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପୁନର୍ବାସ ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ ୨୦୧୬ ମସିହା ଡିସେମ୍ବର ମାସ ୨୭ତାରିଖରେ ନୂତନ ଆଇନ୍ ରୂପେ ପ୍ରଣୟନ ହୋଇଥିବା ‘ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ’ର ଧାରା-୪୪ରେ ଉଲ୍ଲିଖିତ ସର୍ବସାଧାରଣ ଅନୁଷ୍ଠାନ ନିମନ୍ତେ ଥିବା ବାଧ୍ୟତାମୂଳକ ସୁଗମ ପ୍ରବେଶର ବ୍ୟବସ୍ଥାକୁ ଏହା ଉଲଂଘନ କରୁଛି । ଯାହାଦ୍ୱାରା ଚଳନ ଶକ୍ତି ବାଧିତ ଗୁରୁତର ଭିନ୍ନକ୍ଷମ ଓ ହୁଇଲ୍ ଚେୟାର ବ୍ୟବହାରକାରୀମାନେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରୁ ବଞ୍ôଚତ ହେଉଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ଡ.ବିରଜା ରାଉତରାୟଙ୍କ ପରାମର୍ଶ କ୍ରମେ ପୁର୍ନବାସ ପକ୍ଷରୁ ପରିଷଦର ପ୍ରତିନିଧି ବଂଶଧର ମହାନ୍ତି, ଶିବଚରଣ ସାମଲ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ, ମହମ୍ମଦ ଜାହିଦ୍ ଖାନ୍ ପ୍ରମୁଖ ଏହି ବିଷୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇ ଉତ୍‌ଥାପିତ କରିଥିଲେ । ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି ଦାବିପତ୍ରର ଏକ କିତା ନକଲ କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଅବଗତ ନିମନ୍ତେ ମଧ୍ୟ ପ୍ରଦାନ କରାଯାଇଛି ।


Next Post

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧନା

Fri Jun 28 , 2024
କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଘର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ । ସଂଘର ସଭାପତି ଅଜୟ କୁମାର ମହାନ୍ତିଙ୍କ ସମେତ ଅକ୍ଷୟ କୁମାର ନାୟକ, ରବିନ୍ଦ୍ର କୁମାର ବାରିକ, ପ୍ରହଲ୍ଲାଦ ମଲ୍ଲ, କିଶୋରକାନ୍ତ ପରିଡା, କୈଳାସ ଚନ୍ଦ୍ର ସ୍ୱାଇଁ, ଆକବର […]

You May Like