ବକ୍ତାରପୁର ମାଉସୀ ମା ମନ୍ଦିର ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ



ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ବକ୍ତାରପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଗୌରବମୟ ରଥଯାତ୍ରା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଉଭୟ ପତିତପାବନ ମନ୍ଦିର ପରିଚାଳନା କମିଟି ଓ ମାଉସୀ ମା ମନ୍ଦିର ପରିଚାଳନା କମିଟି ମଧ୍ୟରେ ଉତମ ସମନ୍ୱୟ ସ୍ଥାପନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉତ୍ସବ ଓ ଠାକୁରଙ୍କ ନୀତିକ୍ରାନ୍ତି ବିଧି ମତେ ସମ୍ପନ୍ନ କରିବା ଦିଗରେ ଉଭୟ କମିଟି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ଉଭୟ କମିଟି କର୍ମକର୍ତାଙ୍କୁ ନେଇ ତହସିଲ ଅଫିସ ଠାରେ ସମସ୍ତ କାର୍ଯ୍ୟକ୍ରମ ଓ ଠାକୁରଙ୍କ ନୀତିକ୍ରାନ୍ତି କାର୍ଯ୍ୟନିର୍ଘଂଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ଏସ ଡି ପି ଓ କ୍ଷମାସାଗର ପଣ୍ଡା,ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ଅଧ୍ୟାପକ ଅର୍ଜୁନ ନାୟକ,ସମାଜ ସେବୀ କିଶୋର କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଧାୟକ ସାହୁ ଚଳିତବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ଉତ୍ସବ ଭକ୍ତଙ୍କ ଗହଣରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତି ପୂର୍ଣ୍ଣ ଓ ଶୃଖଳିତ ଆୟୋଜନ ପାଇଁ ଆବଶ୍ୟକ ରାସ୍ତା ନିର୍ମାଣ ଓ ମରାମତି,ଆଇନଶୃଙ୍ଖଳା, ପାନୀୟଜଳ, ପରିମଳ, ଟ୍ରାଫିକ ନିୟତ୍ରଣ, ବିଦ୍ୟୁତ ସୁରକ୍ଷା, ଅଗ୍ନିଶମ ସେବା ଆଦି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ବିଜୁ ପଟନାୟକ ଛକ ଠାରୁ ଭିତରକନିକା ଡାଙ୍ଗମାଳ ପର୍ଯ୍ୟନ୍ତ ୫୪ କିମି ରାସ୍ତା ନିର୍ମାଣ ପ୍ରସ୍ତାବ ଥିବାରୁ ରାସ୍ତା ପ୍ରଶସ୍ତ ହେବାର ପ୍ରସ୍ତାବ ଥିବାରୁ ଏହା ରଥ ଯାତ୍ରାରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହି ରଥ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ପାଇଁ ଉଭୟ ପୋଲିସ, ଅବକାରୀ,ଅଗ୍ନିଶମ ଓ ବିଦ୍ୟୁତ ବିଭାଗ ସଜାଗ ରହି କାର୍ଯ୍ୟ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ ଇଂ ସମୀର ଠାକୁର, ବିଦ୍ୟୁତ ବିଭାଗ ସହକାରୀଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ , ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ପୋଲିସ ଏ ଏସ ଆଇ ବିଜୟ କୁମାର ସାହୁ ସ୍ୱାସ୍ଥ୍ୟ ବିଭାଗ ପି ଏଚ ଓ ନୃସିଂହ ଦାଶ,ଅଗ୍ନିଶମ ସେବା ଅଧିକାରୀ ରାମକୃଷ୍ ପଣ୍ଡା ,ପ୍ରଫେସର ଭରତ ପାତ୍ର କାଉନସିଲର ଝରଣା ବେହେରା ଓ ସୁବାଷ ମଲିକ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଗୌରାଙ୍ଗ ପାତ୍ର ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading