ପଟ୍ଟାମୁଣ୍ଡାଇ ତହସିଲରେ ଭିଜିଲାନ୍ସ ଚଢାଉ: ମୁଖ୍ୟ କିରାଣୀ ଗିରଫ



ପଟ୍ଟାମୁଣ୍ଡାଇ ୨୯/୬ -ଜମିପଟ୍ଟା ଆରଓଆର (ରାଇଟ୍ ଅଫ୍ ରେକର୍ଡସ) ଅବିକଳ (ସାଠିଫାଏ) ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର ମୁଖ୍ୟ କିରାଣୀ ଜନ ଉଇଲମ ବରାଳଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ ଶନିବାର ଗିରଫ କରିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅର୍ନ୍ତଗତ କଷଣଅଂଟା ଗ୍ରାମର ବିଘ୍ନେଶ୍ୱର ଦାଶଙ୍କ ଜମି ସଂକ୍ରାନ୍ତୀୟ କାମ ପାଇଁ ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ଯାଇ ଆବେଦନ କରିବା ସହିତ ଯାଥାସଂମ୍ଭବ ଶିଘ୍ର ବାହାରକରିଦେବାକୁ ଅନୁରୋଧ କରିଥିଲେ । ତେବେ ଏହି ଅଫିସର ମୁଖ୍ୟ କିରାଣୀ ବରାଳ ତାଙ୍କୁ ୧୦ ହଜାର ଟଙ୍କା ଦେଲେ ଯାଇ ସାଠିଫାଏ ହୋଇପାରିବ ବୋଲି କହିଥିଲେ । ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ହେଡକ୍ଳର୍କ ବାରାଳ ତାଙ୍କୁ ୧୦ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ଏନେଇ ବିଘ୍ନେଶ୍ୱର କେନ୍ଦ୍ରାପଡା ଭିଜିଲାନ୍ସ ଅଫିସକୁ ଆସି ଅଭିଯୋଗ କରିଥିଲେ । ସମସ୍ତ ଯୋଜନା ମୁତାବକ ଶନିବାର ବିଘ୍ନେଶ୍ୱର ୧୦ ହଜାର ଟଙ୍କା ଧରି ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ଯାଇ ମୁଖ୍ୟ କିରାଣୀ ବାରାଳଙ୍କୁ ଟଙ୍କା ଦେଇଥିଲେ । ଏତିକିବେଳେ ସେଠାରେ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ବରାଳଙ୍କଠାରୁ ଉକ୍ତ ଟଙ୍କା ଜବତ୍ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏହି ଚଢ଼ାଉ ପୂର୍ବରୁ ହେଡକ୍ଳର୍କ ବରାଙ୍କ ବିରୋଧରେ କଟକ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯାଇ ତାଙ୍କ ବାସଭବନ କଟକରେ ଚଢ଼ାଉ ଜାରି ରହିଛି । ଶନିବାର ଅଭିଯୁକ୍ତ ହେଡକ୍ଳର୍କ ବରାଳଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading