ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟଙ୍କ ଗିରଫ ନିର୍ଦେଶ



କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ବଳରେ ଗ୍ୟାଙ୍ଗଷ୍ଟର ଟିଟୋ ପ୍ରାୟ ବର୍ଷକ ତଳେ ଜେଲରୁ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଥିଲା । କିନ୍ତୁ ଜାମିନ ସମୟରେ ହାଇକୋର୍ଟଙ୍କ ପକ୍ଷରୁ ଯେଉଁସବୁ ସର୍ତ୍ତ ରଖଯାଯାଇଥିଲା ତାହାକୁ ଗ୍ୟାଙ୍ଗଷ୍ଟର ଟିଟୋ ଖିଲାପ କରିଥିବାରୁ ତା’ର ମଧ୍ୟବର୍ତ୍ତୀକାଳୀନ ଜାମିନକୁ ହାଇକୋର୍ଟ ନାକଚ କରିଦେବା ସହ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ତୁରନ୍ତ ଗିରଫ କରିବାକୁ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏସଟିଏଫ ଦ୍ୱାରା ଗିରଫ ହୋଇ ଦୀର୍ଘ ବର୍ଷ ଧରି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସେହି ସର୍ତ୍ତକୁ ଟିଟୋ ଖିଲାପ କରିଥିବାରୁ ହୋଇକୋର୍ଟ ଟିଟୋକୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି ।


Next Post

କେନ୍ଦ୍ରାପଡା ପୁରୁଣା ଜିଲ୍ଲା ଡାକ୍ତରଖାନା ଚବିଶ ଘଣ୍ଟିଆ କରିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Mon Jul 24 , 2023
କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ରୋଗୀ ସେବା ହେବ । ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବେ । ଲାବୋରେଟୋରୀ କାର୍ଯ୍ୟକରିବା ଚାରୋଟି ଖଟିଆ ପଡିବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବ ଅନିତ କୁମାର ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି । ସରକାର କେନ୍ଦ୍ରାପଡା ସହରବାସୀଙ୍କ ଦାବିକୁ ମାନି ନେଥିବାରୁ […]