ରାତି ପାହିଲେ ରଥଯାତ୍ରା ; ଶ୍ରୀ ପତିତପାବନଜୀଉଙ୍କ ଅପେକ୍ଷାରେ ରଥ ଆଉ ପଥ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀ ଶ୍ରୀ ପତିତପାବନ ଜିଉଙ୍କର ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼ । ଘଂଟିଘଂଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚର୍ତୁଦିଗ । ଭକ୍ତଙ୍କ ଗହଳୀ ଭିଡରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶ୍ରୀଜୀଉଙ୍କ ରଥର ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର । ସମସ୍ତ ଶିଳ୍ପୀ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଅନୁଷ୍ଠାନର କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଜାରି ରହିଛି । ଆସନ୍ତାକାଲି ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବାକୁ ପରିଚାଳନା କମିଟି ଲାଗି ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ସେହିପରି ଆଖପାଖ ଅଂଚଳ ତଥା ବିଭିନ୍ନ ଅନୁଷ୍ଠାନର ସ୍ୱେଛାସେବୀ ବିଭିନ୍ନ ସେବା କାର୍ଯ୍ୟ ପାଇଁ ନିୟୋଜିତ ହେବେ ବୋଲି ଜଣାପଡିଛି ।


Next Post

ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୭୫ତମ ବନମହୋତ୍ସବ

Sat Jul 6 , 2024
ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ୨୦୦୧ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ଅଳଭା ୟୁଜି ୟୁପି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଆଇନଜିବୀ ମନୋଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ […]

You May Like