ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍‌ର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳନ



କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍ ତରଫରୁ ନିକିରାଇ କଲେଜର ଉପାଧ୍ୟକ୍ଷ ଡଃ ହେମନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବର ମାଷ୍ଟର ଟ୍ରେନର ପରିବେଶବିତ୍ ଗୋପୀନାଥ ଦାଶ ଯୋଗଦେଇ କହିଥିଲେ ପରିବେଶ ସୁରକ୍ଷା ନକଲେ ଜୀବ ଓ ଉଦ୍ଭିଦ ଜଗତ ବଞ୍ଚିତ ରହିପାରିବ ନାହିଁ । ଏଥିନିମନ୍ତେ ବ୍ୟାପକ ସଚେତନତା ସହିତ ବୃକ୍ଷରୋପଣ, ବୃକ୍ଷର ରକ୍ଷଣାବେକ୍ଷଣ ଏବଂ ଗଛ କାଟିବା ବନ୍ଦ କରିବାକୁ ପଡିବ । ମୁଖ୍ୟବକ୍ତା ଭାବରେ ଜାତୀୟ ସବୁଜ ବାହିନୀର ମାଷ୍ଟର ଟ୍ରେନର ପ୍ରକୃତିବନ୍ଧୂ ଦ୍ୱାରିକାନାଥ ସେନାପତି ଯୋଗ ଦେଇ କହିଥିଲେ କାନାଡାରେ ମୁଣ୍ଡପିଛା ୧୦ହଜାର ୧୩୬ଟି ଗଛ ଥିବାବେଳେ ଭାରତରେ ସବୁଠାରୁ ନିମ୍ନରେ ମୁଣ୍ଡପିଛା ୨୮ ଗଛ ଅଛି । ଚୀନ୍‌ରେ ମୁଣ୍ଡପିଛା ୧୩୦ଟି ଗଛ ଥିବାବେଳେ ଅଷ୍ଟ୍ରେଲିଆରେ ୩୨୬୬ଟି ମୁଣ୍ଡପିଛା ଗଛ ରହିଛି । ତେଣୁ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଲାଗିରହିଛି । ବ୍ୟାପକ ବୃକ୍ଷରୋପଣ ନକଲେ ପରିବେଶକୁ ସନ୍ତୁଳିତ କରାଯାଇପାରିବ ନାହିଁ । ଏହି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍‌ର ସଭାପତି ତଥା ପ୍ରକୃତିବନ୍ଧୁ ଶୁଭାଂଶୁ କୁମାର ଦାସ, ସମ୍ପାଦକ କୁଳମଣୀ ଗୋଛାୟତ, ଅଧ୍ୟାପକ ଡଃ ପ୍ରଶାନ୍ତ ଜେନା, ଅଧ୍ୟାପକ ଡଃ ହିମାଂଶୁ ପରିଡା, ଶିକ୍ଷାବିତ୍ ରଘୁନାଥ ରାଉତ, ସର୍ବେଶ୍ୱର ଦାସ, ଗଙ୍ଗାଧର ଗୋଛାୟତ, ମନୋଜ କୁମାର ଦାସ ଓ ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗଦାନ କରି ୭୫ତମ ବନ ମହୋତ୍ସବର ଉଦ୍ଦେଶ୍ୟ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ ଅତିଥିମାନେ ମିଳିତ ହୋଇ ଦୁଇଶହରୁ ଅଧିକ ବୃକ୍ଷ କଲେଜ ପରିସରରେ ରୋପଣ କରିଥିଲେ । ସ୍ଥାନୀୟ ୮୫ବର୍ଷ ବୟସ୍କ ଧନେଶ୍ୱର ବାରିକ ଏବଂ ବାନାମ୍ବର ଦାସଙ୍କୁ ତାଙ୍କର ଜୀବନବ୍ୟାପୀ ବୃକ୍ଷରୋପଣ, ବୃକ୍ଷର ରକ୍ଷଣାବେକ୍ଷଣ ଓ ପରିବେଶ ପ୍ରତି ଥିବା ଅତୁଳନୀୟ ଅବଦାନ ପାଇଁ ପ୍ରକୃତିପ୍ରେମୀ ଉପାଧିରେ ବିଭୂଷିତ କରାଯାଇ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବନ ମହୋତ୍ସବ ବ୍ୟାପକ ବୃକ୍ଷରୋପଣ ଜୀବଜଗତର ରକ୍ଷାକବଚ

Sat Jul 6 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୭୫ତମ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ  ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ ଯୋଗୁଁ ମାଟି ତଳେ […]

KANIKA