
କେନ୍ଦ୍ରାପଡା, ୭/୭: କେନ୍ଦ୍ରାପଡା ସହରର ପୁରାତନ ଟାଉନ୍ ବଳରାମପୁର ଶନିଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ଶନିଲକ୍ଷ୍ମୀ କ୍ଳବ୍ରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଳବ୍ର ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସାହର ସହିତ ରକ୍ତଦାନ କରିଥିଲେ । ୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାର ସହଯୋଗରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ପାରିବାର କଲ୍ୟାଣ ବିଭାଗ ସହାୟତାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଶନିଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତା କୁଞ୍ଜ ବିହାରୀ ସେନାପତି, ଖଗେଶ୍ୱର ରାଉତ, କିଶନ ଦାସ, ଉମାକାନ୍ତ ବେହେରା, ରୁଦ୍ର ପ୍ରକାଶ ପରିଡ଼ା, କେଦାର ସ୍ୱାଇଁ, ଶ୍ରୀକାନ୍ତ ରାଉତ, ନରୋତ୍ତମ ଦାସ, ଦୀପକ ସେନାପତି, ରୋଜାଲିନ ପରିଡ଼ା, ପ୍ରିୟଙ୍କା ରାଉତ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ନାରାୟଣ ନାଥ, ନିରାକାର ବେହେରା, ପ୍ରଭାତ ସେନାପତି, ତପନ କୁମାର ମଲ୍ଲିକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହଯୋଗରେ ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା । ଏହା ସହିତ କ୍ଲବର ସଦସ୍ୟମାନେ ପରିବେଶ ସୁରକ୍ଷା ପାଇଁ ଗ୍ରାମ ଶ୍ମଶାନରେ ଶତାଧିକ ବୃକ୍ଷରୋପଣ କରିଥିଲେ ।











