ନୂଆଦିଲ୍ଲୀ ,୮ା୭: ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ହିନ୍ଦୁ ବିରୋଧ କହି ତାଙ୍କୁ ସମାଲୋଚନା କରିଛି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଛନ୍ତି ଜ୍ୟୋତିଷ ପୀଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ । ସେ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ଲୋକସଭାରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା […]

ଭୁବନେଶ୍ୱର,୮ା୭: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ । ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି । ତେଣୁ […]

କେନ୍ଦ୍ରାପଡ଼ା,୮ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାର ଦ୍ୱିତୀୟ ଦିନରେ ଅପରାହ୍ନ ୩ଟାରେ ରଥ ଟଣାଯାଇ ପ୍ରାୟ ଏକଶହ ମିଟର ଯିବା ପରେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ରଥ ବାମପଟକୁ ମାଡିଯାଇଥିଲା । ରଥକୁ ଡାହାଣ ପାଶ୍ୱର୍କୁ ମୋଡଦେବାକୁ ରେଳବାଇରୁ ଜଗ୍ ଅଣାଯାଇ ରଥକୁ ଡାହାଣ ପାଶ୍ୱର୍କୁ ମୋଡ ଦେବାପରେ ପୁନର୍ବାର ରଥ ଟଣା ଯାଇ ମାତ୍ର ୨୫ମିଟର ଯିବା ପରେ […]

କେନ୍ଦ୍ରାପଡ଼ା, ୮ା୭: କେନ୍ଦ୍ରାପଡା କଲେଜରେ ୧୪ଟି ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାରେ ସମ୍ପୂକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ରମାନେ ସୋମବାର ଟାଉନ ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏସି ଚୋରି ହୋଇଥିବା ସମ୍ପର୍କରେ କଲେଜ ପକ୍ଷରୁ କେନ୍ଦ୍ରାପଡା ଟାଉନ […]

କେନ୍ଦ୍ରାପଡା, ୮ା୭: ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସଚେତନତା ଷ୍ଟଲ ଖୋଲାଯାଇଛି । ବିଶେଷ କରି ନୂତନ ଭିନ୍ନକ୍ଷମ ଅଧିକାର ଆଇନ,୨୦୧୬ରେ ଅନ୍ତର୍ଭୁକ୍ତ ଥିବା ନାନାଦି ସୁବିଧା, ସଂରକ୍ଷଣ, ପ୍ରାବଧାନ ଓ ସ୍ୱତନ୍ତ୍ର ଅଧିକାର ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏବଂ ନୂତନ ୨୧ପ୍ରକାରର ଭିନ୍ନକ୍ଷମତା ଓ ଏହାର ଲକ୍ଷଣ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଯାଉଛି । […]

ପଟ୍ଟାମୁଣ୍ଡାଇ୮/୭ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ ରବିବାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୧୯୯୩ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ମିଁଜାଉଁଣୀ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପୁରାତନ ଛାତ୍ର ଅନ୍ତର୍ଯ୍ୟାମୀ ବେଜ୍‌ଙ୍କ ସଂଯୋଜନାରେ ପୁରାତନ ଛାତ୍ରୀଛାତ୍ର ବସନ୍ତ ନାୟକ, ଶୁଭଦୀପ ଗୁପ୍ତା, ଉପେନ୍ଦ୍ର ନାୟକ, ଜ୍ୟୋତ୍ରୀମୟ ତ୍ରୀପାଠି, ମୃତ୍ୟୁଞୟ […]

ପଟ୍ଟାମୁଣ୍ଡାଇ ତା ୮/୭-ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିର୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯାଇଛି । ପବିତ୍ର ରଥଯାତ୍ରା ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ସହିତ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପତିତପାବନ ମନ୍ଦିର […]

ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ ଥିବା ବିଜେଡିର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ କରି ଜନସାଧାରଣଙ୍କ ସମସ୍ୟା ନେଇ ଜୋରଦାର ଲଢେଇ କରିବାକୁ ବିଜେଡିକୁ ଏକ ସଶକ୍ତ ବିରୋଧୀଦଳରେ ପରିଣତ କରିବା […]

ପଟ୍ଟାମୁଣ୍ଡାଇ୮/୭ – ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସହଦେବବାବା ଯୁବ ପରିଷଦ ଦିଲ୍ଲୀ ଶାଖାପକ୍ଷରୁ ସେବାକାର୍ଯ୍ୟ ପରିବେଷଣ ନେଇ ବିଭିନ୍ନ ମହଲରୁ ସାଧୁବାଦ । ନୂଆଦିଲ୍ଲୀ ହାଉଜଖାସ ଭିଲେଜସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ […]