ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୭୫ତମ ବନମହୋତ୍ସବ



ପଟ୍ଟାମୁଣ୍ଡାଇ୮/୭ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ ରବିବାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୧୯୯୩ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ମିଁଜାଉଁଣୀ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପୁରାତନ ଛାତ୍ର ଅନ୍ତର୍ଯ୍ୟାମୀ ବେଜ୍‌ଙ୍କ ସଂଯୋଜନାରେ ପୁରାତନ ଛାତ୍ରୀଛାତ୍ର ବସନ୍ତ ନାୟକ, ଶୁଭଦୀପ ଗୁପ୍ତା, ଉପେନ୍ଦ୍ର ନାୟକ, ଜ୍ୟୋତ୍ରୀମୟ ତ୍ରୀପାଠି, ମୃତ୍ୟୁଞୟ ପଣ୍ଡା, ନୁସିଂହ ସ୍ୱାଇଁ, ଚିତରଞନ ସ୍ୱାଇଁ, ସର୍ବେଶ୍ୱର ସହୁ, ବସନ୍ତମଞରୀ ଦାଶ, ତପନ ପାତ୍ର, ବିକାଶ ମଜୁମଦାର, ରବିନାରାୟଣ ନାୟକ, ବନମାଳୀ ମହାପାତ୍ର, ସୁବାଷ ସାହୁ, ତ୍ରୀଲୋଚନ ନାୟକ,ବଶ୍ୱରଞନ ଭୁଁୟା ପ୍ରମୁଖ ଉପସ୍ଥିତ ରହି ୪୭ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ ।