
ପଟ୍ଟାମୁଣ୍ଡାଇ ୯/୭- ଇସ୍ପାତ ନଗରୀ ରାଉରକେଲାରେ ୩୦ ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଗଠନ ସହ ଆତ୍ମରକ୍ଷାର ବିଭିନ୍ନ କୌଶଳ ଓ ମାର୍ଶାଲ ଆର୍ଟ ଭଳି ବିଭିନ୍ନ କୌଶଳ ରେ ପରିପୂର୍ଣ “ଉଷୁ ” ଖେଳ ର ଚାହିଦା ସମ୍ପ୍ରତି ସମଗ୍ର ବିଶ୍ୱ ରେ ଆଦୃତ ଲାଭ କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗାଁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ କୋଚ ସୁଶୀଲ କୁମାର ସାମଲଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଉପଯୁକ୍ତ କୋଚିଂ ପ୍ରଦାନ କରାଯାଇ ଏହି ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଯୋଗ୍ୟ କରାଯାଇଥିଲା ।ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ମଣ୍ଡପଡା ଗାଁ ସ୍କୁଲର ଛାତ୍ରଛାତ୍ରୀ ସାଇରାଜ ପ୍ରଧାନ,ସଂକେତ ଭୂୟାଁ, ଆଦର୍ଶ ପ୍ରଧାନ, ଶୁଭସ୍ମିତା ପ୍ରଧାନ ଓ ଅନୁଷ୍କା ପ୍ରଧାନ ସ୍ବର୍ଣ୍ଣ ପଦକ ଲାଭ କରି ଗାଁ ର ଗୌରବ ବୃଦ୍ଧି କରିଥିବା ବେଳେ ପ୍ରାଥନା ପ୍ରଧାନ ରୋପ୍ୟ ପଦକ ଲାଭ କରି ଅଂଚଳର ସୁନାମ ବୃଦ୍ଧି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଉଷୁ ସଂଘ ସଭାପତି ଯୁବ ସମାଜସେବୀ ସଂଗ୍ରାମ ସାମଲ, ଉପସଭାପତି ଅବିନାଶ ପ୍ରଧାନ, ସାଧାରଣ ସମ୍ପାଦିକା ପଲ୍ଲବୀ ସାମଲ ଙ୍କ ପ୍ରୋତ୍ସାହନ ତଥା ଦିଗଦର୍ଶନ ଯୋଗୁଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଉଷୁ ପ୍ରତିଯୋଗିତା ରେ ସଫଳତା ପାଇଥିବାରୁ ସମଗ୍ର ଅଂଚଳ ସମେତ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।











