ପହଣ୍ଡି ବିଜେବେଳେ ରଥରୁ ଝୁଙ୍କି ପଡ଼ିଲେ ବଡ଼ ଠାକୁର


ପୁରୀ,୭ ।୯: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡପ ପହଣ୍ଡି ବେଳେ ବଡ଼ଠାକୁର ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ତଳକୁ ପଡିଥିଲେ । ଫଳରେ ୫ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି । ଆହତମାନଙ୍କୁ ଆମ୍ବୁଲାନ୍ସରେ ନେଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ୱଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା । ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ । କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ । ତେବେ ଏହି ଅପ୍ରୀତିକର ଘଟଣାରେ ୫ରୁ ଊର୍ଦ୍ଧ୍ୱ ସେବାୟତ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟରେ ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଜାରି ରହିଛି ।ତେବେ ଏହି ଅଘଟଣ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଓଡ଼ିଶାବାସୀଙ୍କୁ ଆଘାତ ଲାଗିଛି । ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି । ଶହଶହ ବର୍ଷ ହେଲା ମହାପ୍ରଭୁଙ୍କର ଏହିଭଳି ପହଣ୍ଡି ହେଉଛି ।


Discover more from

Subscribe now to keep reading and get access to the full archive.

Continue reading