ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର ରେ ପଟ୍ଟାମୁଣ୍ଡାଇର ଚିତ୍ରଶିଳ୍ପୀ ରମେଶ ଦେ



ପଟ୍ଟାମୁଣ୍ଡାଇ ୯/୭ -ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିରରେ ପଟ୍ଟାମୁଣ୍ଡାଇ ଅଂଚଳର ଚିତ୍ରଶିଳ୍ପି ରମେଶ ଚନ୍ଦ୍ର ଦେ ଯୋଗ ଦେଇ ନିଜର କଳା ନୈପୂର୍ଣ୍ଣ ତାକୁ ପ୍ରଦର୍ଶନ କରି ପଟ୍ଟାମୁଣ୍ଡାଇ ପାଇଁ ଗର୍ବ ଗୌରବ ଆଣିଛନ୍ତି ।

ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଏହି ଚିତ୍ରଶିଳ୍ପୀ ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଅଂଶଗ୍ରହଣ କରି ରଙ୍ଗ ଓ ତୁଳୀର କାନ୍‌ଭାସ ଉପରେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ବନ୍ଧୀୟ ଚିତ୍ରକଳା ଅଙ୍କନ କରିଥିଲେ । ଏହା ଆସନ୍ତା ୨୦ ତାରିଖରେ ପୁରୀ ଜିଲା ପ୍ରଦଶନୀ କକ୍ଷରେ ଭକ୍ତ ଦର୍ଶନ ନିମନ୍ତେ ରଖାଯିବ ।ଏହି ଚିତ୍ରକଳା ଶିବିରରେ ପଟ୍ଟାମୁଣ୍ଡାଇ ଅଂଚଳର ଚିତ୍ରଶିଳ୍ପି ରମେଶ ଚନ୍ଦ୍ର ଦେ ଯୋଗ ଦେଇ ନିଜର କଳା ନୈପୂର୍ଣ୍ଣ ତାକୁ ପ୍ରଦର୍ଶନ କରିଥିଲେ । ସେ ତାଙ୍କ କାନଭାସ ଉପରେ ଦାରୁବ୍ରହ୍ମଙ୍କ ରୁପ ସହିତ ଭକ୍ତଙ୍କ ସେବା ସମର୍ପଣ ଭାବକୁ ଅତି ସୁନ୍ଦର ଭାବେ ଆଙ୍କି ଦଶ୭କଙ୍କୁ ଆକର୍ଷଣ କରିବାକୁ ପ୍ରୟାସ କରିଛନ୍ତି । ଶିବିରର ଅନ୍ତିମରେ ଶିଳ୍ପୀ ରମେଶଙ୍କୁ ଉତରିୟ, ମାନପତ୍ର ସହିତ ଆର୍ଥିକ ରାଶି ଏକାଡେମି ତରଫରୁ ପ୍ରଦାନ କରାଯାଇଥିଲା । ଯାହା ପଟ୍ଟାମୁଣ୍ଡାଇ ପାଇଁ ଗର୍ବ ଗୌରବ ଆଣିଛନ୍ତି