
ପଟ୍ଟାମୁଣ୍ଡାଇ ୧୦/୭ -ଓଡିଆ ଶାସ୍ତ୍ରୀୟ ସଂଗୀତର ମହାନ ଗାୟକ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କର ୧୨୪ତମ ଜନ୍ମଜୟନ୍ତୀ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ ମ୍ୟୁଜିକ୍ ସ୍କୁଲର ମିଳିତ ସହେଯାଗରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ନୀଳମାଧବ ପତିଙ୍କ ପୌରହିତରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟନିର୍ବାହୀ ସଭ୍ୟ ପବିତ୍ର ପଟ୍ଟନାୟକ ,ଓଡ଼ିଆ ଭାଷା ଗବେଷକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଅଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଣୀକଣ୍ଠଙ୍କ କର୍ମମୟ ଜୀବନ ଓ ସଙ୍ଗୀତ ସାଧନା ଉପରେ ଆଲୋକପାତ କରିବା ସହିତ ଓଡିଆ ଶାସ୍ତ୍ରୀୟ ସଂଗୀତ ଜଗତକୁ ବାଣୀକଣ୍ଠଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ିଶାର ଦ୍ୱିତୀୟ ବାଣୀକଣ୍ଠ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ସଙ୍ଗୀତ ପରିବେଷଣ ମାଧ୍ୟମରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ସଙ୍ଗୀତକୁ ବିଶ୍ୱଦରବାରରେ ପହଁଚାଇବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ନାତି ତଥା ବିଶିଷ୍ଟ ଆଇନଜ୍ଞ ପ୍ରଣୟ କିଶୋର ହରିଚନ୍ଦନ ଓ ବିଶିଷ୍ଟ ସୁନାମଧନ୍ୟ କବି,ଗୀତିକାର ମୋହିତ ଚକ୍ରବର୍ତୀ ବାଣୀକଣ୍ଠଙ୍କ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ପାୟଲ ମ୍ୟୁଜିକ୍ ସ୍କୁଲର ପ୍ରତିଷ୍ଠାତା, ସମ୍ପାଦକ ଦେବାଶିଷ ସାମଲ ଅତିଥି ପରିଚୟ ପ୍ରଦାନ ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ, ଯୁବ କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ ,ଓଡିଶୀ ସଙ୍ଗୀତଗୁରୁ ରବୀନ୍ଦ୍ରନାଥ ମିଶ୍ର, ପାୟଲ ମ୍ୟୁଜିକ୍ ସ୍କୁଲର ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା, ତବଲାଗୁରୁ ସୁଶୀଲ କୁମାର ସେନ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞଳି ସଭା











