ବଳଦେବ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ



କେନ୍ଦ୍ରାପଡା, ୧୦ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ବନପାଳ ରାମ ତିରିଆ, ବନରକ୍ଷୀ ମୋନାଲିସା ସାହୁ, ଲକ୍ଷ୍ମୀକାନ୍ତ ଲେଙ୍କା ଓ ବିଜୟକେତନ ଦାଶ, ପାରା କର୍ମଚାରୀ ଦ୍ୱୟ ପ୍ରମୁଖ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ଚାରାରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନ ଓ ବରିଷ୍ଠ ଶିକ୍ଷକ ତଥା ଇକୋ କ୍ଲବ ସଂଯୋଜକ ତପନ ଦାଶ ଚାରାରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Next Post

ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ

Wed Jul 10 , 2024
କେନ୍ଦ୍ରାପଡା, ୧୦/୭: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକମାସ ପୂର୍ବରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ବହୁ ମୂଲ୍ୟବାନ ସାମଗ୍ରୀ ତାଲା ଭାଙ୍ଗି ଚୋରି ହୋଇଥିଲା । ଚକ୍ରୋଡା ସରପଞ୍ଚ ତନୁଜା ନାୟକ ସଦର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ସଦର ଥାନା ପୋଲିସ ବହୁ ସାମଗ୍ରୀ ଜବତ କରି ୫ଜଣଙ୍କୁ ଥାନାରେ ଅଟକ ରଖିଛି । ଡକାୟତମାନେ ହେଲେ ସଦରଥାନା ଅନ୍ତର୍ଗତ ନରିଲୋ ଗ୍ରାମର […]

You May Like