କେନ୍ଦ୍ରାପଡା ପୂର୍ବତନ ସୈନିକ ସଂଘର ୨୮ତମ ବାର୍ଷିକ ଅଧିବେଶନ



କେନ୍ଦ୍ରାପଡା, ୧୪/୭: କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ୨୮ତମ ସାଧାରଣ ବାର୍ଷିକ ଅଧିବେଶନ ଗରାପୁରସ୍ଥିତ ଶ୍ରୀଶ୍ରୀ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅଧ୍ୟକ୍ଷ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ପୂର୍ବତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ପୂର୍ବତନ ସାଧାରଣ ସମ୍ପାଦକ ପବିତ୍ର ମୋହନ କାନୁନଗୋ, ପୂର୍ବତନ ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ମହେଶ୍ୱର କର ତଥା ଅନ୍ୟ ସଦସ୍ୟ ସଚ୍ଚିକାନ୍ତ ନାଥ, କ୍ୟାପଟେନ ନୟନ ବଲ୍ଲଭ ନାୟକ, ଶରତ ଚନ୍ଦ୍ର ମଲ୍ଲ, ଶୁକଦେବ ଖଟୁଆ, ଅମୁଲ୍ୟ ବାରିକ, ପ୍ରଦୀପ ପାତ୍ର, ଗୌରାଙ୍ଗ ଚରଣ ସ୍ୱାଇଁ, ଜଜାତି କେଶରୀ, ସନ୍ତୋଷ ସିଂ, ଶରତ ମଲ୍ଲ, ସୁଶାନ୍ତ ସ୍ୱାଇଁ, ପ୍ରଦୀପ ସାହୁ, ବୁଶ୍ୱରଞ୍ଜନ ପଟ୍ଟନାୟକ, ଯଯାତି ଭଦ୍ର ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ । ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦ୍ରାପଡା ଜିଲ୍ଲାରେ କ୍ୟାଣ୍ଟିନ ତଥା ଇସିଏଚ୍‌ଏସ୍ କିପରି ହୋଇପାରିବ, ସଂଘର ନିଜସ୍ୱ ଘର ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ମେମୋରାଣ୍ଡମ ଦେବା, ସମସ୍ତ ଅବସରପ୍ରାପ୍ତ ସୈନିକ ସଂଘର ସଦସ୍ୟମାନଙ୍କର କିପରି ଉନ୍ନତି ହୋଇପାରିବ ସେଥିନେଇ ଚର୍ଚ୍ଚା ହୋଇଥିଲା । ଶେଷରେ ପ୍ରଫୁଲ୍ଲ କୁମାର ଉପଧ୍ୟାୟ ଧନ୍ୟବାଦ ଦେଇ ସଭାକୁ ସଙ୍ଗ କରିଥିଲେ ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟର ଆଲୁମିନି ବୈଠକ , କଲେଜରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ଦୋଷୀଙ୍କୁ ଦଣ୍ଡିତ ପାଇଁ ତଦନ୍ତକାରୀ ସଂସ୍ଥାକୁ ଦାବି

Mon Jul 15 , 2024
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ବୈଠକ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ   କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ପ୍ରକୃତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ପାଇଁ ତଦନ୍ତକାରୀ ସଂସ୍ଥା ନିକଟରେ ଦାବି କରାଯାଇଛି । ଆସନ୍ତା ଅଗଷ୍ଟମାସ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ […]

KANIKA