ଜନ୍ମବେଦି ରୁ ରତ୍ନବେଦିକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତି


ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା


ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସୋମବାର ସମ୍ପନ୍ନ ହୋଇଛି । ମାଉସୀ ମା’ ମନ୍ଦିରରେ ୯ଦିନ ରହଣିପରେ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦଶନଙ୍କୁ ସାଙ୍ଗରେ ଧରି ଜନ୍ମବେଦି ରୁ ରତ୍ନବେଦିକୁ ଫେରିଛନ୍ତି । ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଛନ୍ତି ।


ପଟ୍ଟାମୁଣ୍ଡାଇ ବକ୍ତାରପୁର ମାଉସୀ ମା’ ମନ୍ଦିରରୁ ସୋମବାର ଦ୍ୱିପ୍ରହରରେ ପ୍ରଭୁ ସୁଦର୍ଶନ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ପହଁଚିବା ପରେ ବିଧିବଦ୍ଧ ଭାବେ ସାଢେ ୪ ଟାରେ ରଥଟଣା ଆରମ୍ଭ ହୋଇଥିଲା । ବକ୍ତାରପୁର ମାଉସୀମା ମନ୍ଦିରରୁ ରଥାଋୁଢ ହୋଇଥିବା ପ୍ରଭୁ ଚତୃର୍ଦ୍ଧାମୂର୍ତିଙ୍କୁ ଶ୍ରଦ୍ଧାଳୁମାନେ ଘଂଟ, ହରିବୋଲ, ହୁଳହୁଳି ମଧ୍ୟରେ ରଥକୁ ଟାଣି ଟାଣି ସାଢେ ୬ ଟାରେ ପତିତପାବନ ମନ୍ଦିର ପ୍ରଙ୍ଗଣରେ ପହଁଚାଂଇଥିଲେ । ପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଋୁଣ୍ଡ ହୋଇଥିବା ଭକ୍ତ ଦିଅଁ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ । ପୋଖରୀଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ମାଉସୀ ମା ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ , ସଂପାଦକ ନରହରି ଲେଙ୍କା, ତ୍ରୈଲୋକ୍ୟ ମିଶ୍ର ସମେତ ସମସ୍ତ ସଦସ୍ୟ ବାହୁଡାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରଞିତ ମହନ୍ତିଙ୍କ ସମେତ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ସେହିପରି ବାଲିପାଟଣା, ବେଲତଳ, ତନୁପୁର, ଅମୃତମଣୋହୀ, ବିଲିକଣା, ଜଗନ୍ନାଥପୁର ଓ କଖାରୁଣୀ ପ୍ରଭୁତି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ସମସ୍ତ ସ୍ଥାନରେ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଦ୍ୟୁତ କର୍ମଚାରିମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ସ୍ୱଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading