ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ କଟକ ମଙ୍ଗଳା କ୍ଲବ ଚମ୍ପିୟନ



କେନ୍ଦ୍ରାପଡା,୨ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୩-୦ ଗୋଲରେ ହରାଇ ଚମ୍ପିୟନ ହୋଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି, କଟକସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟବକ୍ତା, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର ପଣ୍ଡା, ସମାଜସେବୀ ରଞ୍ଜିତ କୁମାର ସାହୁ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ, ବିଜେପି ନେତା ଅଭିମନ୍ୟୁ ଗୋଛାୟତ, ମାସୁମ ଖାନ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଚମ୍ପିୟନ ଦଳ ମଙ୍ଗଳା କ୍ଲବକୁ ଚମ୍ପିୟନ ଟ୍ରଫି ସହ ୩୧ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହିତ ଶ୍ରେଷ୍ଠ ଗୋଲକିପର ଭାବେ ମଙ୍ଗଳା କ୍ଲବର ତୁଷାର ସାହୁ, ଟର୍ଣ୍ଣର୍ାମେଣ୍ଟର ଶେଷ୍ଠ ଖେଳାଳୀ ସୁନିଲ ସୋରେନ, ମ୍ୟାନ ଅଫ୍ ଦି ମ୍ୟାଚ୍ ସତ୍ୟପ୍ରକାଶ ପ୍ରଧାନ, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ କେନ୍ଦ୍ରାପଡାର ସୁରଜ ସ୍ପୋର୍ଟିଂ କ୍ଲବକୁ ଅତିଥିମାନେ କପ ପ୍ରଦାନ କରିଥିଲେ। ଏହାବ୍ୟତିତ ମ୍ୟାଚ ପରିଚାଳନା କରିଥିବା ରେଫରୀମାନଙ୍କୁ, ଶ୍ରେଷ୍ଟ ମଞ୍ଚପରିଚାଳନା, ଶ୍ରେଷ୍ଠ ଫିଲଡ ପରିଚାଳନା, ଶ୍ରେଷ୍ଠ ଶୃଙ୍ଖଳିତ ସଂଗଠକ, ଶ୍ରେଷ୍ଠ ସଂଗଠକ, ଶ୍ରେଷ୍ଠ କୁନି ଧାବକ ସେକ ସାହଦତ ଖାନ, ଫୁଟବଲ ଖେଳରେ ଜୀବନ ବ୍ୟାପି ସାଧନା ପାଇଁ ସେକ ସାହାବୁଲ୍ଲା ଓ ଶ୍ରେଷ୍ଠ ବଡିବିଲଡର ଭାବେ ମୀର ଜୟିନୁଲ ପ୍ରମୁଖଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଫୁଟବଲ ଖେଳ ପାଇଁ ଇଛୁକ ଥିବାି ୧୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ ଲକି ସ୍ପୋର୍ଟି କ୍ଲବ ପକ୍ଷରୁ ନିଶୁଳ୍କ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ପାଇଁ ଆସନ୍ତା ଅପ୍ରେଲମାସ ୧ତାରିଖରୁ ୨୦ତାରିଖ ମଧ୍ୟରେ ଲକି ସ୍ପୋର୍ଟିଂ କ୍ଲବକୁ ଆବେଦନ କରିବାକୁ ପଡିବ ବୋଲି ସଭାପତି ମହମ୍ମଦ ସଲିମ ଖାନ ସୂଚନା ଦେଇଛନ୍ତି। ଏହି ମ୍ୟାଚ୍‌କୁ ରେଫରୀ ଭାବେ ସୁକାନ୍ତ ସିଂ, ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍‌, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍‌, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍‌, କଲିମ ଖାନ୍‌, ମୀର ଅବୁସମା, ଆୟାଜ ମହମ୍ମଦ୍‌, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍‌, ମୀର ସଲାମତ୍‌, ସଲିମ ଖାନ୍‌, ଜାହିଦ ଖାନ୍‌, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍‌, ସମସେର ଅଲ୍ଲୀ ଖାନ୍‌, ମହମ୍ମଦ ଇମ୍ରାନ୍‌, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍‌, ମହମ୍ମଦ ଅଜିଜ୍‌, ମିରାଜନ୍‌, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Next Post

କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Mon Feb 3 , 2025
କେନ୍ଦ୍ରାପଡ଼ା, ୩ା୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରପରିଷଦ ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡିଏସପି (ଡି.ଆଇ.ବି) ଲକ୍ଷ୍ମୀ ନାରାୟଣ ତିୱାରି, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]

KANIKA