କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି



କେନ୍ଦ୍ରାପଡା ୧୫/୭ – କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ ପଦୋନ୍ନତି ମିଳିଛି । ଓଡ଼ିଶା ଲୋକସେବା ଆୟୋଗର ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ନମ୍ବର ୧୬୨୯୧/ଏସ୍‌ସିଏସ୍ ଯୋଗେ ମୋଟ୍ ୫ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନେ ଓଏଏସ୍ ସୁପର ଟାଇମ୍ ସ୍କେଲ୍‌ରୁ ସୁପରିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌କୁ ପଦୋନ୍ନତି ପାଇଛନ୍ତି । ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍‌ର ଓଏଏସ୍ ଅଫିସର ଶ୍ରୀ ସାମଲ ଅନୁଗୁଳ ଜିଲ୍ଲାର ତାଳଚେରରେ ଅତିରିକ୍ତ ତହସିଲଦାର, କଣିହାଁ ଓ ପରଜଙ୍ଗରେ ତହସିଲଦାର, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ଏବଂ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ୍‌ରେ ବିଡିଓ, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ଉପ-ଜିଲ୍ଲାପାଳ ଓ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଖୁବ୍ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରି ଲୋକପ୍ରିୟ ପ୍ରଶାସକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।


Next Post

ଓଡିଶା ଆଦର୍ଶ ଯୁବ ସଂଗଠନ ପକ୍ଷରୁ ବୃକ୍ଷରୋପଣ

Mon Jul 15 , 2024
କେନ୍ଦ୍ରାପଡା, ୧୫/୭: ଓଡିଶା ଆଦର୍ଶ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ଗୁଣ୍ଡୁଚି ମଠ ନିକଟରେ ଆଜି ୨୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ […]

KANIKA