ପଟ୍ଟାମୁଣ୍ଡାଇ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର



ପଟ୍ଟାମୁଣ୍ଡାଇ ତା ୭/୨-ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ହାଇସ୍କୁଲ୍ ପଡିଆରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ ।  ଏଥିରେ ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ଜିଲ୍ଲା ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ,୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ୧୫ନଂ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ, ସିଂହ ଗାଁ ସମିତି ସଭ୍ୟ ଅଭୟ ସ୍ବାଇଁ, ସରପଞ୍ଚ ସଂଘ ସଭାପତି ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ, ସମ୍ପାଦକ ପ୍ରିୟବ୍ରତ ଓଝା, ତରଡ଼ି ପାଳ ସରପଞ୍ଚ ଦେବବ୍ରତ ନାୟକ ସମିତି ସଭ୍ୟ ନିରଞ୍ଜନ ବାରିକ, ଅଳପୁଆ ସରପଞ୍ଚ ପ୍ରତିନିଧି ରଶ୍ମି ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗ ରେ ୬୩୬, ଶିଶୁ ବିଭାଗରେ ୭୫, ମାନସିକ ବିଭାଗରେ ୨୭୦,ଅସ୍ତ୍ରୋ ପଚାର ବିଭାଗରେ ୧୫୩, ଚକ୍ଷୁ ବିଭାଗ ୨୦୨ନାମ ପଞ୍ଜିକରଣ କରାଯାଇଥିଲା ।  ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସୋସିଆଲ ଅଡିଟର ନଳିନୀ କାନ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ । ଏହି ଶିବିରକୁ ଜି ପି ଡ଼ି ଓ ପିତାମ୍ବର ଜେନା, ପି ଇ ଓ ପ୍ରଭାତ ମଲ୍ଲିକ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଅମ୍ବିକା ମହାନ୍ତି ତପନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଂଚାୟତର ସରପଞ୍ଚ ସମିତି ସଭ୍ୟ, ପି ଇ ଓ, ଜି ଆର ଏସ ବ୍ଲକ ମେଡିକାଲ କର୍ମଚାରୀ ଯୋଗ ଦେଇଥିଲେ ।  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।


Next Post

ଏସ କେ ହାଇସ୍କୁଲ ବାର୍ଷିକ ଉତ୍ସବ

Fri Feb 7 , 2025
  ପଟ୍ଟାମୁଣ୍ଡାଇ ତା ୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଞ୍ଚାୟତ ସିଦ୍ଧବାଲି ସିଦ୍ଧ କଖାରୁଖିଆ ହାଇସ୍କୁଲ ର ୪୫ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମଲିକଙ୍କ ପୌରାହିତ୍ୟରେ ଆୟୋଜିତ ସଭା ରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପାର୍ଥସାରଥୀ ଦାଶ ମୁଖ୍ୟ ଅତିଥି, କବି ସଚିତ୍ର କୁମାର ବେହୁରା ମୁଖ୍ୟବକ୍ତା, ଶିକ୍ଷାବିତ୍ ସନାତନ ତରାଇ, ସି ଆର ସି ସି ବିନୟ କୁମାର ଦାସ, ପ୍ରାକ୍ତନ […]

KANIKA