କାହା ପାଖରେ ଅଛି ରତ୍ନଭଣ୍ଡାର ଚାବି? ବଡ଼ ବୟାନ ଦେଲେ ନିରଞ୍ଜନ


ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଯାହାକୁ ନିରଞ୍ଜନ ଖୋଲାଖୋଲି ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଆର.ଟି.ଆଇ ତଥ୍ୟ ରହିଛି। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଅର୍ଥାତ୍‌ ଆଜିକୁ ୩୯ ବର୍ଷ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା, ତେବେ ଆଜି ସେ ଚାବି କେଉଁଠି ଅଛି ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ ବୋଲି ପଟ୍ଟନାୟକ କହିଛନ୍ତି। ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ ରେଜିଷ୍ଟ୍ରରରେ ଲିପିବଦ୍ଧ ହୋଇଥିବ ତେଣୁ ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।


Next Post

ପୁରାତନ ଛାତ୍ରମାନେ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ , କଲେଜ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ତଦନ୍ତ ଦାବି

Tue Jul 16 , 2024
କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ମହାବିଦ୍ୟାଳୟ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏଥିସହିତ ଦୀର୍ଘ ୧୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କେନ୍ଦ୍ରାପଡା ମହାବିଦ୍ୟାଳୟରେ ରହି ଆସିଥିବା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ମଧ୍ୟ ଦାବି କରଥିଲେ । ମହାବିଦ୍ୟାଳୟର […]

KANIKA