କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ଏକ ଭାଇଚାରାର ସହର । ଏଠି ସମସ୍ତ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମସ୍ତ ପର୍ବପର୍ବାଣୀ ପାଳନ କରିଥାନ୍ତି । ଏହାର ଏକ ଝଲକ କେନ୍ଦ୍ରାପଡା ଜିଲ୍ଲା ତଥା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରାରେ ଦେଖିବାକୁ ମିଳିଥିଲା । ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ରେସ୍ୱା ସ୍ୱେଛାସେବୀ ସଂଗଠନ ଏବଂ ସୁଭଦ୍ରା ଟ୍ରେଡରର ମିଳିତ ସହାୟତାରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ଭକ୍ତଙ୍କ ନିମନ୍ତେ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା । ଏଥିରେ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ବଡଦାଣ୍ଡରେ ଭକ୍ତ ମାନଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ମୃଦୁ ପାନୀୟ ବଣ୍ଟନ ସେବା ପ୍ରଦାନ କରିଥିଲେ । ଏହି ସେବା ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶଂସା ସାଉଁଟି ଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କ ଉପରେ ସତେ ଯେମିତି ଆବାଳ ବୃଦ୍ଧବନିତାଙ୍କ ଆଶ୍ରିବାଦ ଢାଳି ହୋଇପଡୁଥିଲା । ଏଥିରେ ରେସ୍ୱା ନିର୍ଦେଶକ ସେକ ଲିୟାକତ ହୋସେନ, ସମାଜ ସେବୀ ମୁର୍ସିଦ ଅହେମଦ, ସରୋଜ ମହାରଣା, ରେସ୍ୱା ଶିଶୁଯନô ଅନୁଷ୍ଠାନ ଅଧିକ୍ଷକ ଅମିତ ରଞ୍ଜନ ସାହୁ, ସୁଭଦ୍ରା ଟ୍ରେଡରର ମାଲିକ ରଶ୍ମିକାନ୍ତ ବେହେରା, ଶୁଭ୍ରଜିତ ବେହେରା ଏବଂ ରେସ୍ୱା ଓ ସୁଭଦ୍ରା ଟ୍ରେଡରର ବହୁ କର୍ମକର୍ତାମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ବୁଦ୍ଧିଜୀବୀ ମହଲରେ ରେସ୍ୱା ସ୍ୱେଛାସେବୀ ଅନୁଷ୍ଠାନର ଏହି ପ୍ରୟାସକୁ ସ୍ୱାଗତ କରାଯାଇଛି ।
kanikanews.in
Next Post
ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା
Tue Jul 16 , 2024
ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି । ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି ।ଏହି ଅଂଚଳରେ ଅଧିକାଂଶ ଜମିରେ ଜଳସେଚନ ସୁବିଧା ଥିଲେ […]

You May Like
- 1 year ago
ପାଣି ପାଇଁ ପରକୁଳବାସୀ ଦହଗଞ୍ଜ
- 2 years ago
କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- 2 years ago
ତରଡ଼ିପାଳ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ
- 2 years ago
ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ
- 6 months ago
ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ୨କୋର୍ଟ ଚାଲାଣ