ପତିତପାବନଜୀଉଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ସମାବେଶ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ସୋମବାର ଶେଷ ହୋଇଥିବା ବେଳେ ବୁଧବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସଂନ୍ଧ୍ୟାଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି । ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ହୋଇଥିଲା ।

ଶ୍ରୀଜୀଉମାନେ ବକ୍ତାରପୁରସ୍ଥିତ ମାଉସୀମା ମନ୍ଦିରରୁ ସୋମବାର ବାହୁଡା ଯାତ୍ରାରେ ଆସିବା ପରେ ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ ଆସିଥିବା ନନ୍ଦିଘୋଷଙ୍କ ପ୍ରତୀକ ରଥ ପତିତପାବନ ମନ୍ଦିର ସମ୍ମୁଖରେ ଅଟକିଥିଲା । ଆଜି ସକାଳୁ ଶ୍ରୀଜୀଉମାନଙ୍କ ମଙ୍ଗଳା ଆଳତୀ, ବାଳଧୂପ, ନୈବିଦ୍ୟ ଓ ସମସ୍ତ ନୀତିକାନ୍ତି ବୈଦିକ ରୀତିନୀତିରେ ସଂପନ୍ନ ହୋଇଥିଲା । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଶ୍ରୀଜୀଉମାନଙ୍କ ପହୁଡ ପଡିଥିଲା । ସଂନ୍ଧ୍ୟା ୭ଟା ସମୟରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ସଂପାଦକ ନରହରି ଲେଙ୍କା, ତ୍ରୈଲୋକ୍ୟ ମିଶ୍ର ପତିତପାବନଙ୍କ ମୁଖ୍ୟପୂଜକ ପର୍ଶୁରାମ ଦାଶ, ପୂଜକ ସନ୍ତୋଷ କୁମାର ଦାଶ, ଦଇତାପତିଙ୍କ ତତ୍ୱାବଧାନ ପ୍ରଭୁ ଚତ୍ରୁର୍ଦ୍ଧାମୂର୍ତିଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ରଥ ଉପରେ ପତିତପାବନଙ୍କ ସୁନାବେଶ ଦେଖିବାକୁ ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଚଂଳର ଶତାଧିକ ଭକ୍ତଙ୍କ ସମାବେଶ ହୋଇଥିଲା । ବଡମୂଳବସନ୍ତ-ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡମେକର) ପକ୍ଷରୁ ସଭାପତି ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ କଳାକାରମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading