ବେଆଇନ ପାଥୋଲାବକୁ ସିଲ୍ କଲା ପ୍ରଶାସନ


ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇରେ ଚାଲିଥିବା ଏକ ବେଆଇନ ପାଥୋଲାବକୁ ଆଜି ସିଲ୍ କରିଛି ପ୍ରଶାସନ । ପଟ୍ଟାମୁଣ୍ଡାଇ କେନାଲ ମୁଖ୍ୟ ରାସ୍ତା ଖୋଲିଥିବା ପାଥୋ ଲ୍ୟାବ ବିନା ଲାଇସେନ୍ସରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଗୁରୁବାର ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ସିଲ୍ କରାଯାଇଛି ।

ପଟ୍ଟାମୁଣ୍ଡାଇ କେନାଲରୋଡ଼ରେ ଏବି କମ୍ଲେକ୍ସରେ ଜଣେ ବ୍ୟକ୍ତି ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀ ନାମରେ ଏକ ପାଥୋଲାବ ଚଳାଇ ଆସୁଥିଲେ । ବେଆଇନ ଭାବେ ଏହି ଲାବ୍ରୋଟରୀ ଖୋଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦ୍ଦେଶକ୍ରମେ ଆଜି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଡା. ନିରାକାର ପରିଡ଼ା ଏବଂ ଡ୍ରଗ୍ ଇନିସ୍‌ପେକ୍ଟର୍ ପ୍ରଦୀପ କୁମାର ସାହୁ ମିଳିତଭାବେ ଏହି ପାଥୋଲାବକୁ ଯାଂଚ କରିବା ବେଳେ କୌଣସି ସାର୍ଟିଫିକେଟ୍ ବା  କୌଣସି ପ୍ରକାରର ଔଷଧ ସେଠାରେ ଗଚ୍ଛିତ ନଥିଲା । ଲାବ୍ରୋଟୋରୀରେ ଗଚ୍ଛିତ ଥିବା ଉପକରଣ, ଯନ୍ତ୍ରପାତି, ଉପସାଧନ ବା ସହାୟକ ଉପକରଣ ଆଦିର ଏକ ତାଲିକା କରି ପାଥୋଲାବ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହା ସହ ଜିଲ୍ଲାରେ ଅନୁମତିପତ୍ର ନନେଇ ବେଆଇନ୍‌ଭାବେ ଲାବ୍ରୋଟୋରୀ ଚଳାଉଥିବା ସମସ୍ତ ନକଲି ଟେକ୍ନିସିଆନଙ୍କୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ଯଦି ଏଭଳି କୌଣସି ଅଭିଯୋଗ ଆସେ ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।


Next Post

ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ : ପାନୀୟଜଳ,ଯୋଗାଣ, ଶିକ୍ଷା,ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ଉପରେ ଗୁରୁତ୍ୱ

Thu Jul 18 , 2024
ପଟ୍ଟାମୁଣ୍ଡାଇ ୧୮/୯ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୩ୟ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ,ପରିମଳ ଓ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ କେନ୍ଦ୍ର ସରକାର ପଟ୍ଟାମୁଣ୍ଡାଇ ବ୍ଲକର […]

KANIKA