ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ………


ଭୁବନେଶ୍ୱର,: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲ ଡୋଜର । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ । ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ । ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି । ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading