ବାହୁଡା ଯାତ୍ରାରେ ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଉତ୍ସବ


କେନ୍ଦ୍ରାପଡ଼ା, ୧୮ା୭: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଇଚ୍ଛାପୁରସ୍ଥିତ ବଡଦାଣ୍ଡରେ ଦୁଇଦିନ ଧରି ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିହାରୀ, ସଭାପତି କରତ କୁମାର ବେଉରା, ସଂଯୋଜକ ଚନ୍ଦନ ପରିଡା ପରିଚାଳନା କରିବା ସହିତ ସଂଘର ସମସ୍ତ ସଦସ୍ୟମାନଙ୍କର ଅର୍ଥଦାନ ଓ ଶ୍ରମଦାନ ଯୋଗୁଁ ଉକ୍ତ କାର୍ଯ୍ୟ ସଫଳତାର ସହ ପରିଚାଳିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ରାଉତରାୟ, ଶାନ୍ତିସ୍ୱରୂପ ଭୂୟାଁ, ତରୁଣ କୁମାର ପ୍ରଧାନ, ମନୋରଞ୍ଜନ ପରିଡା, ଗଙ୍ଗାଧର ପରିଡା, ଗୋଲକ ପରିଡା, ରଞ୍ଜନ କୁମାର ନାୟକ, ରମାକାନ୍ତ ବଳ, ମାନସ ରାଉତରାୟ, ଡ. ଚୈତନ୍ୟ ଚରଣ ପରିଡା, ରବିନ୍ଦ୍ର କୁମାର ବଳ, ଚିତ୍ରାଳୟର ଭାଇ ଓ କାଠଶିଳ୍ପର ଭାଇଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘର ସଭାପତି ଶରତ କୁମାର ବେଉରା ଉକ୍ତ ସଫଳ ସେବା କାର୍ଯ୍ୟକ୍ରମକୁ ସନ୍ତୋଷ ପ୍ରକାଶ କରିବା ସହ ଏହିଭଳି ମହତ ସେବାକାର୍ଯ୍ୟ ରାଜ୍ୟସ୍ତରରେ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଡ. ଚୈତନ୍ୟ ଚରଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading