କଲେଜ ପରିଚାଳନା ପରିଷଦ ବୈଠକକୁ ବିରୋଧ



ପଟ୍ଟାମୁଣ୍ଡାଇ ୨୦/୭ -ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଟିତ ହୋଇଥିବା ବେଳେ ଖବର ପାଇ ପଟ୍ଟାମୁଣ୍ଡାଇ ନଗର ଭାଜପା ପ୍ରତିନିଧି ଦଳ ସେଠାରେ ପହଁଚି ଉକ୍ତ ବୈଠକୁ ବନ୍ଦ କରିଦେଇଥିବା ସୁଚନା ମିଳିଛି ।
ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ କଲେଜ ସମ୍ମିଳନୀ କକ୍ଷରେ ଆଜି ପରିଚାଳନା ପରିଷଦ ଅଧ୍ୟକ୍ଷ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, କଲେଜ ଅଧ୍ୟକ୍ଷ ଦିଲ୍ଲିପ ଭୁୟାଁ ଓ ପରିଷଦର ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୂତନ ସରକାର ଆସିବା ପରେ ନୂତନ ପରିଷଦ ଗଠନ ନହୋଇ ପୁରୁଣା ପରିଷଦର ସଭ୍ୟ ମାନେ କିପରି ବୈଠକ କରୁଛନ୍ତି ଜାଣି ଭାଜାପା ଏକ ପ୍ରତିନିଧି ଦଳ ଶଶିକାନ୍ତ ସ୍ୱାଇଁ, ପ୍ରମୋଦ ସାହୁ, ଉପେନ୍ଦ୍ର ନାୟକ, ରବିନ୍ଦ୍ର ବିଶ୍ୱାଳ, ବିଦ୍ୟାଧର ସେଠୀ, ରବିନ୍ଦ୍ର ସେଠୀ , ପିତାମ୍ବର କର, ସମିର ପାତ୍ର,ଚନ୍ଦନ ପାତ୍ର ପ୍ରମୁଖ ସେଠାରେ ପହଁଚି ବୈଠକକୁ ବିରୋଧ କରିବା ସହ କଲେଜରେ ଅନେକ ସମସ୍ୟା ଅଛି । ମାତ୍ର ପୂରୁଣା ପରିଷଦ ଉକ୍ତ ଉନ୍ନତିକରଣ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ତେଣୁ ନୂତନ୍ନ ପରିଷଦ ଗଠନ ନହେବା ପର୍ଯ୍ୟନ୍ତ କୌଣସି ଆର୍ଥୀକ ଅନୁଦାନ ବ୍ୟୟ ନକରିବାକୁ ଦାବୀ କରିଥିଲେ । ପରିଷଦ ଅଧ୍ୟକ୍ଷ ଦାଶ ବୈଠକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।


Discover more from

Subscribe now to keep reading and get access to the full archive.

Continue reading