ଶ୍ରୀ ଶ୍ରୀ ତ୍ରିବାଙ୍କେଶ୍ୱର ମନ୍ଦିର ତୃତୀୟ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା, ୨୫/୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଗୋବରୀ ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ତ୍ରିବାଙ୍କେଶ୍ୱର ଶିବ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ରବିବାର ଦିନ ଅଙ୍କୁରାରୋପାଣ କରାଯାଇଥିଲା । ସୋମବାର ଦିନ ପ୍ରାପ୍ତ ସମୟରେ ଭକ୍ତମାନଙ୍କ ଦ୍ୱାରା ହନୁମାନ ମନ୍ଦିର ନିକଟ ଗୋବରୀ ଘାଟରୁ କଳସରେ ପାଣି ଆଣି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ପରିସରରେ ରଖାଯିବାପରେ ପୂଜାଅର୍ଚ୍ଚନା କରଯାଇଥିଲା । ମଧ୍ୟାହ୍ନରେ ପୂଜକମାନଙ୍କ ଦ୍ୱାରା ଅଗ୍ନିସ୍ଥାପନ ପରେ ସୂର୍ଯ୍ୟପୂଜା, ଗୁରୁପୂଜା କରାଯାଇଥିଲା । ଏହି ଅବସରରେ ଭାଗବତ ଗୀତା ଯଜ୍ଞ ଓ ବରିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେହିପରି ମଙ୍ଗଳବାର ଦିନ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବା ପରେ ତିନିମୂହାଣୀର ଜୟ ଶ୍ରୀରାମ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗୁଲନଗର ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ବହୁ ଭକ୍ତମାନେ ଯୋଗଦେଇ ଶ୍ରୀ ତ୍ରିବାଙ୍କେଶ୍ୱରଙ୍କର ଆର୍ଶୀବାଦ ନେଇଥିଲେ । ବୁଧବାର ଦିନ ମହାଶିବରାତ୍ରି ପାଳନ ଅବସରରେ ପୂଜାଅର୍ଚ୍ଚନା କରାଯାଇ ଜାଗର ଯାତ୍ରା ଅନୁଷ୍ଠିତ ହେବ ଓ ରାତି ୧୦ଟାବେଳେ ମହାଦୀପ ଉତ୍‌ଥାପନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂଜକ ଭାବରେ ଦିଲ୍ଲୀପ ରଥ ଓ ମନମ୍ମଥ ଚକ୍ରବର୍ତ୍ତୀ ଯେଦେଇଥିବା ବେଳେ ମନୋରଞ୍ଜନ ନାୟକ, ରାଜୁ କୁବେର, ସନାତନ ବାରିକ, ଗୋଲକ ଚନ୍ଦ୍ର ସାହୁ, ରବିନ୍ଦ୍ର ବେହେରା, ରାକେଶ ବାରିକ, ବାବୁ ଦାସ, ପର୍ଶୁରାମ ସାହୁ, ଦିନେଶ ବାରିକ, ଜଗନ୍ନାଥ ବାରିକ ସମେତ ସମସ୍ତ ଗୁଲନଗର ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ ।


Next Post

ଦୁଷ୍କର୍ମ ଉଦ୍ୟମ ଅପରାଧରେ ଦୋଷୀଙ୍କୁ ସାଢେ ୩ବର୍ଷ ଜେଲଦଣ୍ଡ

Wed Feb 26 , 2025
କେନ୍ଦ୍ରାପଡା,୨୫ା୨: ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଅତିରିକ୍ତ ଜିଲ୍ଲାଜଜ ତ୍ରିବିକ୍ରମକେଶରୀ ଚିନ୍ନାରା ଦୋଷୀଙ୍କୁ ସାଢେ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜନୈକ ଲୋକଙ୍କର ଗତ ୨୮.୧୧.୨୦୧୫ରିଖରେ ଏକ ସାଇକେଲ ଚୋରି ହୋଇଥିଲା। ଏନେଇ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ସେହି ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପଚରାଉଚୁରା କରିବାରେ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ […]

KANIKA