ଶିବାନନ୍ଦ ଆଶ୍ରମରେ ଗୁରୁ ପୂର୍ଣ୍ଣିମା



କେନ୍ଦ୍ରାପଡ଼ା, ୨୧ା୭: କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଶାଖା ଆନୁକୂଲ୍ୟରେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ଓ ଗୁରୁପାଦ ପୂଜା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ପୌରହିତ୍ୟରେ ଗୁରୁପାଦ ପୂଜା, ଆଧ୍ୟାତ୍ମିକ ସତ୍‌ସଂଗ କାର୍ଯ୍ୟକ୍ରମ ସମେତ ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ବ୍ୟାସଦେବଙ୍କ ଜନ୍ମ ଉତ୍ସବ ଏବଂ ଗୁରୁପୂର୍ଣ୍ଣିମା ସମ୍ପର୍କରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଦିବ୍ୟ ଜୀବନ ସଂଘର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତ୍‌ପଥୀ, ସମ୍ପାଦକ ଅଧ୍ୟାପକ ଶରତଚନ୍ଦ୍ର ପାତ୍ର, ଅଧ୍ୟାପକ ଡ. ଭଗବାନ ପତ୍ରୀ, ଶ୍ରୀଧର ରାଉତ, ଡା. ଶରତ ବରାଳ, ରୀତାଞ୍ଜଳୀ ଚୌଧୁରୀ, ରିତାଞ୍ଜଳୀ ନାଥ, ଶୁଭଲକ୍ଷ୍ମୀ ଦାସ, ମନୋରଞ୍ଜନ ତ୍ରୀପାଠୀ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଆଲୋଚନା କରିଥିଲେ । ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କର ଗୁରୁପୂର୍ଣ୍ଣିମାରେ ଅବଦାନ ଏବଂ ଦିବ୍ୟଜୀବନ ସଂଘର ଦିବ୍ୟ ଉଦେଶ୍ୟ ବିଷୟରେ ଚର୍ଚ୍ଚା କରାଯାଇଥିଲା । ସୁଧାଂଶୁ ବିଶ୍ୱାଳ, ସୌଦାମିନୀ ମହାପାତ୍ର ଓ ସୁଶୀଳ ସୁତାରଙ୍କ ନେତୃତ୍ୱରେ ଶ୍ରୀମା’ଙ୍କ ରଚିତ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ଧୋଇ ମଲିକ, ଗଣେଶ୍ୱର ଦାସ, ପ୍ରମୋଦ ଦାସ, ନିକୁଞ୍ଜ ରାୟ, ଦେବେନ୍ଦ୍ର ସାମନ୍ତ, କାମଦେବ ନାୟକ, ଶିବାନନ୍ଦ ମାତୃ ସତ୍‌ସଙ୍ଗ, ଆଳିଜଙ୍ଗାର ସଦସ୍ୟମାନେ ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବ୍ରହ୍ମଚାରୀ ନୃସିଂହ ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading