ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୩ା୭: ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ପରେ ସ୍ଥିର ହେଲା ଯେ, ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ୍‌ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ କେନ୍ଦ୍ରାପଡ଼ା ପୌରାଂଚଳରେ ରାମଧୂନ୍ ପରିବେଷଣ କରାଯିବ । ସେହିପରି ସମସ୍ତ ବ୍ଲକ୍ ଏବଂ ପଟ୍ଟାମୁଣ୍ଡାଇ ପୌରାଚଂଳରେ ଯଥାକ୍ରମେ ସଂପୃକ୍ତ ବ୍ଲକ୍‌ର ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ୍‌ଧୂନ୍ ପ୍ରଚାର କରାଇବାକୁ ନିଷ୍ପତି ହୋଇଛି । ପ୍ରଭାତଫେରୀ ପାଇଁ ସକାଳ ୬ଘଟିକା ସ୍ଥିର ହୋଇଥିବା ବେଳେ ବିଦ୍ୟାଳୟରେ ପତାକା ଉତୋଳନର ସମୟ ହେଉଛି ସକାଳ ୭ ଘଟିକା । ସକାଳ ୭.୩୦ ମିନିଟ୍‌ରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ, ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ସଂଧ୍ୟା ପୂର୍ବରୁ ସମ୍ମାନର ସହ ପତାକା ଅବତରଣ କରାଯିବ । ସକାଳ ୯.୧୫ ମିନିଟ୍ ସମୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ, ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ ଓ ପରେ ପରେ ଅଭିଭାଷଣ ପ୍ରଦାନ କରିବେ ମୁଖ୍ୟ ଅତିଥି । ଏହି ଜାତୀୟ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡ୍ ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯିବ । ଜିଲ୍ଲା ପାଇଁ ସୁନାମ ଆଣିଥିବା ବ୍ୟକ୍ତି ବିଶେଷ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିବେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା ପରେ ପରେ କଏଦୀମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯିବା ପାଇଁ ନିଷ୍ପତି ହୋଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପ୍ରଥମେ ବ୍ଲକ୍ ସ୍ତରୀୟ ଓ ପରେ ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା, ଦେଶଭକ୍ତି ସଂଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ଚୟନ କରାଯିବ । ସୂଚନାଯୋଗ୍ୟ, ଦଳଗତ ଦେଶଭକ୍ତି ନୃତ୍ୟ ପ୍ରତିଯୋଗିତା ଅଗଷ୍ଟ ୯ ତାରିଖରେ ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜନ ହେବାକୁ ସ୍ଥିର ହୋଇଛି । ପ୍ରତିଯୋଗିତାରେ ନିରପେକ୍ଷତା ପାଇଁ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଚାରକମଣ୍ଡଳୀଙ୍କ ନାମ ଚୟନ କରାଯିବ । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବାର ଦାୟିତ୍ୱ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ, କେନ୍ଦ୍ରାପଡ଼ାଙ୍କୁ ନ୍ୟସ୍ତ କରାଯାଇଛି । ଏହି ଜାତୀୟ ଦିବସରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନା ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନୀତା ପଟ୍ଟନାୟକ, ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ଆଂଚଳିକ ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଡିଏ୍‌୍‌ସପି ଡିଆଇବି ଲକ୍ଷ୍ମୀ ନାରାୟଣ ତିୱାରୀ, କେନ୍ଦ୍ରାପଡ଼ା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ, ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ରମଣ ଦାସ, ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା ଏବଂ ସହକାରୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଆଜାଉଦ୍ଦିନ୍ ଖାନ୍‌, ଏଲ୍‌ଡିଏମ୍ ମନୋଜ ପ୍ରଧାନୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ରିଜର୍ଭ ଇନିସ୍‌ପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଏନ୍‌ସିସି ଅଫିସର୍ କ୍ୟାପ୍‌ଟେନ୍ ସୀମା ମହାନ୍ତି, ଉଦ୍ୟାନକୃଷିର ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, ବିଏନ୍ ଏଂଟର ପ୍ରାଇଜେସ୍‌ର ସମ୍ପାଦକ ନିରଞ୍ଜନ ଦାସ, ବ୍ୟାଙ୍କ୍ ଅଫ୍ ବରୋଦା, ଷ୍ଟେଟ୍ ବ୍ୟାଙ୍କ୍‌, କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ୍ ଓ ୟୁନିଅନ୍ ବ୍ୟାଙ୍କ୍ ଅଫ ଇଣ୍ଡିଆର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟିମେଂଟ୍‌ର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading