ଲୋକନାଥପୁର ପିୟୁପି ଓ ଧବଳେଶ୍ୱର ଏନୟୁପି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ- ବାଟିପଡା ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଗଙ୍ଗାରମପୁର ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ଏହି ସ୍କୁଲ ଦ୍ବୟର ପ୍ରଧାନଶିକ୍ଷକ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି,ଟ୍ରଫି ଓ ମାନପତ୍ର ଇତ୍ୟାଦି ପ୍ରଦାନ କରିଥିଲେ । ଏହି ଉତ୍ସବରେ ମାଧ୍ୟମିକ ଶିକ୍ଷା ବିଭାଗ ସହକାରୀ ନିର୍ଦେଶକ ହିମାଂଶୁ ଓଝା, ମୋ ସ୍କୁଲ ସହକାରୀ ନିର୍ଦେଶକ ମୋନାଲିସା ପଣ୍ଡା,କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ବିଆରସି ଚନ୍ଦ୍ର ଶେଖର ତ୍ରିପାଠୀ, ସିଆରସିସି ମଳୟ କୁମାର ଜେନା ଓ ସଞ୍ଜୟ କୁମାର ସାହୁ ମିଳିତ ଭାବରେ ସମ୍ବର୍ଦ୍ଧନା ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥି ପାଇଁ ଦୁଇ କୃତି ଶିକ୍ଷକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଆଲୋଚନାଚକ୍ର

Fri Feb 2 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆୟ ଉତ୍ପାଦନ ପରିମାଣ ଓ ନିୟୋଜନ ନିର୍ଦ୍ଧାରଣରେ ଶାସ୍ତ୍ରୀୟ ଅର୍ଥଶାସ୍ତ୍ରୀ ଓ କେନସଙ୍କ ବିତର୍କ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଛତ୍ରପୁର ସରକାରୀ ବିଜ୍ଞାନ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରଞ୍ଜନ ବେହେରା ବିଷୟବିଶାରଦ ଭାବେ ଯୋଗ ଦେଇ ଆଲୋଚନାଚକ୍ର ବିଷୟବସ୍ତୁ ଉପରେ ତାତ୍ଵିକ ଆଲୋଚନା କରିଥିଲେ […]

KANIKA