ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ



କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତୀ ଉପଲକ୍ଷେ ବିଦ୍ୟାଳୟରେ ଜୁଲାଇ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ଏହି ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସଙ୍କ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଟିଏଲ୍‌ଏମ୍ ପ୍ରସ୍ତୁତି ଓ ପ୍ରୟୋଗ, ଦ୍ୱିତୀୟ ଦିବସରେ ଏଫ୍‌ଏଲ୍‌ଏନ୍ ଦିବସ, ତୃତୀୟ ଦିନରେ ଖେଳ ଦିବସ ପାଳନରେ କବାଡି, ବ୍ୟାଡ୍‌ମିଣ୍ଟନ, ଯୋଗ, ଖେଳ କୁଇଜ୍ ଆଦି ପ୍ରତିଯୋଗିତା, ଚତୁର୍ଥ ଦିନରେ ସାଂସ୍କୃତିକ ଦିବସ ପାଳନରେ ନାଚ, ଗୀତ ଓ ଅଭିନୟ ପ୍ରତିଯୋଗୀତା, ପଞ୍ଚମ ଦିନରେ ସ୍କିଲ୍ ଓ ଡିଜିଟାଲ ଅଭିବୃଦ୍ଧି ସମ୍ବନ୍ଧରେ ଲାଇଭ୍ ସୋ ଓ ଦୁଇଜଣ ଅତିଥି ପିଏନ୍‌ଏସ୍ କଲେଜ ଓ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ପିଲାମାନଙ୍କୁ ଡିଜିଟାଲ ସ୍କିଲ ସମ୍ବନ୍ଧରେ ବିଷଦ ବିବରଣୀ ଦେଇଥିଲେ । ସେହିପରି ଷଷ୍ଠଦିନରେ ମିଶନ ଲାଇଫ୍ ପାଇଁ ଇକୋ କ୍ଲବର ଗଠନ, ବୃକ୍ଷରୋପଣ, ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା । ଶେଷଦିନରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ଅନୁଷ୍ଠିତ ଗୋଷ୍ଠୀ ସଂପୃକ୍ତି ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଏସ୍‌ଏମ୍‌ସି କମିଟିର ସଭ୍ୟ/ସଭ୍ୟାମାନେ ସହଯୋଗ କରିଥିଲେ ।


Next Post

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Tue Jul 30 , 2024
କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ, ବାଲିଆ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୬ଟି ଉଚ୍ଚ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଭାପତି ପୁରୁଷୋତ୍ତମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. […]

KANIKA