
ପଟ୍ଟାମୁଣ୍ଡାଇ ୧୯/୨ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଦିନିଆ ଘଡଘଡି ସହ ବର୍ଷା ଓ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଅଧଘଂଟା ଧରି ବର୍ଷା ହେବାରୁ ଚାଷୀ ଭୟ ଭିତ ହୋଇଯାଇଥିଲେ। କୁଆପଥର ବୃଷ୍ଟି ହେବା ଫଳରେ ପନିପରିବା, ମୁଗ, ବିରି, ଡାଲି ଜାତୀୟ ଫସଲ ଉପରେ ଏହାର ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ବିଶେଷ କରି ଧୋୟାଂଚଳରେ ହରଡ, ମୁଗ, ବିରି ଭଳି ରବି ଫସଲ ଜମିରୁ ଅମଳ ହୋଇପାରି ନଥିବା ବେଳେ ବର୍ଷା ମାଡରେ ଅମଳ ଫସଲ ଓଦା ହୋଇଯାଇଛି ।ଏଥିସହ ଆମ୍ବ ବଉଲ ଉପରେ କୁଆପଥର ମାଡ଼ ଯୋଗୁଁ ଝଡିଯାଇଛି। ଅଦିନିଆ ବର୍ଷା ମାଡ଼ରେ ନଷ୍ଟ ହୋଇଥିବା ପନିପରିବା ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।











