କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ବ୍ଲକ ଅଧିନ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ଗ୍ରାମସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ- ୨୦୨୪ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯଶ୍ୱସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ କ୍ର୍ରମେ ‘ମା ପାଇଁ ଗଛଟିଏ’କାର୍ଯ୍ୟକ୍ରମକୁ ସଫଳ କରିଥିଲେ । […]
Month: July 2024
କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା ମିଶନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ତଥା ନିଯୁକ୍ତି ଭିତ୍ତିକ ଦକ୍ଷତା […]
ପଟ୍ଟାମୁଣ୍ଡାଇ କଲେଜ ତାର ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କରି ଆଗକୁ ବଢିଲେ ଓଡିଶାର ଏକ ଅଗ୍ରଣୀ କଲେଜ ଭାବେ ସୁନାମ ଅର୍ଜନ କରିବା ସହିତ ସଫଳ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇପାରିବ ବୋଲି ଆଜି ପଟ୍ଟାମୁଣ୍ଡାଇ କଲେଜର ୫୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ଏକ ସ୍ୱତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ।ଏଥିନେଇ ରାଜ୍ୟ ସରକାର ସବ୍ଡିଭିଜନ ପ୍ରସ୍ତାବକୁ ବିଚାରଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡ ସ୍ତରିୟ ସରକାରୀ ଦପ୍ତର ମାନ ଖୋଲିଛନ୍ତି । ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ମାନ୍ୟତା ଦେବା ବାକି ରହିଛିା ଫଳରେ ପଟ୍ଟାମୁଣ୍ଡାଇ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ଲକ ଅଧିନରେ […]
କେନ୍ଦ୍ରାପଡ଼ା, ୪/୭: କେନ୍ଦ୍ରାପଡା ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନଙ୍କ ନେତୃତ୍ୱରେ ଜୁନିୟର ରେଡ୍କ୍ରସ ତରଫରୁ ବନ ମହୋତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାଧନ କର୍ମୀ ତପନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ବିଦ୍ୟାଳୟର ଜୁନିୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଚାରାରୋପଣ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।
ଭରତପୁର କେନାଲବନ୍ଧ କେନ୍ଦ୍ରାପଡ଼ା, ୪ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କେନାଲ ପୋଲ ଠାରୁ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କେନାଲବନ୍ଧ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇପଡିଛି । ଏଥିସହିତ ବର୍ଷାରେ ସେହି ରାସ୍ତାଟିରେ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଭିତରେ ଦେଇ ଯିବାକୁ ପଡୁଛି । ସେହି ରାସ୍ତା ଦେଇ ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ […]
କେନ୍ଦ୍ରାପଡ଼ା, ୨ା୭: ଆପଣ କୋଭିଡ ଟୀକା ନେଇଥିଲେ । ତେଣୁ ଆପଣଙ୍କୁ ସରକାର ଙ୍କ ପକ୍ଷରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ତେଣୁ ମୋବାଇଲରେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ଓ ପୁରସ୍କାର ରାଶି ଜିତନ୍ତୁ । ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସର ମାଲିକ ପ୍ରସନ କୁମାର ରାଉତଙ୍କୁ […]
କେନ୍ଦ୍ରାପଡ଼ା, ୨ା୭: ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ରାହ୍ମଣୀଗାଁରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ ଦେଇ କୃଷକ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟାର […]
କେନ୍ଦ୍ରାପଡ଼ା, ୨ା୭: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ଜନ୍ମ ଦିବସ ରାଜ୍ୟର ବିଭିନ୍ନ ସ୍ତାନରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଗରାପୁରସ୍ଥିତ ରେସୱା କାର୍ଯ୍ୟାଳୟରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲସ୍କା ବିଶ୍ୱ ବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା କାଥରିନ […]
କେନ୍ଦ୍ରାପଡ଼ା, ୨ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ବଜାରସ୍ଥିତ ସାରସ୍ୱତ ମାର୍କେଟ କମ୍ପେ୍ଲକ୍ସ ପରିସରରେ ପ୍ରଥମ ଥର ପାଇଁ ପ୍ରାଣକୃଷ୍ଣ ସାମଲଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ବାଲିଆ ଅଞ୍ଚଳର ତିନି ପିଢୀର ଚିକିତ୍ସକ ପରିବାର ଡା. ବିଶ୍ୱ ପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସନ୍ତା ବର୍ଷ ଠାରୁ ବାଲିଆର ଡା. […]
କେନ୍ଦ୍ରାପଡା,୨ା୭: ସମ୍ପ୍ରତି ପୃଥିବୀ ପାଇଁ ଅସହ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ଓ ଜୁଲାଇ ମାସ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ଜାତୀୟ ବନ ମହୋତ୍ସବ ପରିପ୍ରେକ୍ଷୀରେ ଭିନ୍ନକ୍ଷମଙ୍କ ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ଦିଗରେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ସବୁଜ ହସ ସପ୍ତାହ ପାଳନ ଓ ଏକ ଆଲୋଚନା ଶୀର୍ଷକ “ସବୁଜିମା: ଏକ ଜୀବନଧାରା”ର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର […]
କେନ୍ଦ୍ରାପଡା, ୨/୭: ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିୟନର ବୈଠକ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟବର୍ତ୍ତୀ ମଦରଟେରେସା ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକନେତାମାନେ ଯୋଗ ଦେଇଥିଲେ । ଆଲୋଚନାର ବିଷୟବସ୍ତୁ ଭାବେ ବିଗତ ଦିନରୁ ପଡିରହିଥିବା ଶ୍ରମିକମାନଙ୍କର ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପଡିରହିଥିବା ଆବେଦନଗୁଡିକୁ ତୁରନ୍ତ ଅନୁମୋଦନ ଉପରେ […]
କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ୨/୬ -ଓଡ଼ିଆ ଅସ୍ମିତାର ସୁରକ୍ଷା ନାରା ଦେଇ ଓଡିଶାରେ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଓଡ଼ିଆ ଅସ୍ମିତାକୁ ପ୍ରବଂଚନାରେ ପରିଣତ କରିବା ସହିତ ଆକାଶ ଛୁଆଁ ଦରଦାମ ବୃଦ୍ଧି ଓ ବ୍ୟାପକ ଦୁର୍ନୀତି ରୋକିବାରେ ବିଫଳତା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜି ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି […]
ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ ଲାଗୁ ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା […]
ପଟ୍ଟାମୁଣ୍ଡାଇ ୧/୭ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ନୂଆ ଆଇନ ଲାଗୁ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ୩ ନୂଆ ଆଇନ୍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇବା ପରେ ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ […]
କେନ୍ଦ୍ରାପଡା, ୨୯ା୬: ସାରା ଦେଶରେ ଆଜିଠାରୁ ନୂତନ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଥିବାରୁ ସାଧାରଣ ଲୋକମାନଙ୍କୁ ସେ ସମ୍ପର୍କରେ ସଚେତନ କରିବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଯୋଗଦେଇ ନୂତନ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ […]
କେନ୍ଦ୍ରାପଡ଼ା ୧/୭- ସାରା ରାଜ୍ୟରେ ବିପନ୍ନ ହୋଇ ରହିଥିବା ସାମ୍ବାଦିକଙ୍କ ନିରାପତ୍ତା ଆଇନ ଲାଗୁ କରିବା ସହ ନିକଟରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଭୁବନେଶ୍ୱର ବାସ ଭ୍ୱନରେ ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଘଉଡ଼ାଇବା ଘଟଣାରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏଭଳି ନିନ୍ଦନୀୟ କାଣ୍ଡ ଭିଆଇ ଥିବା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ […]
କେନ୍ଦ୍ରାପଡା ୧/୭-ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମହାକାଳପଡ଼ା ବିକାଶ ମଞ୍ଚ ତଥା ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ, ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନା, ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ବିକାଶ ମଞ୍ଚ ସମ୍ପାଦକ ଶିକ୍ଷାବିତ୍ ଭାଗିରଥି ନନ୍ଦ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ […]
ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଲଷ୍ମୀଧର ଦାଶ ମହାପାତ୍ରଙ୍କ ବେଲତଳ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଜଣେ ଛାତ୍ର ବତ୍ସଳ ମିଷ୍ଠ ଭାଷୀ ଆଦର୍ଶ ଶିକ୍ଷକ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ […]
ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର […]
ଭୁବନେଶ୍ୱର, ୧/୭-ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି । ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବନ ବିଭାଗର ଅନୁମତି ନ ନେଇ ଲୋକେ ତାଳଗଛ କାଟିପାରିବେନି । ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ […]
କେନ୍ଦ୍ରାପଡ଼ା, ୩୦ା୬: ଏକ ମରଣାନ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧା ନିହତ ହୋଇଥିବା ବେଳେ ସେହି ପରିବାରର ବହୁ ଆହତ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ସ୍ୱର୍ଗତ ବିରେନ ସେଠୀଙ୍କ ପତ୍ନୀ ବିନି ସେଠୀ ଅଭିଯୋଗ କରିଛନ୍ତି ଯେ ପୂର୍ବର ଜମିବାଡି ବିବଦକୁ ନେଇ କୋର୍ଟରେ ମାମଲା ଚାଲୁଥିବା ବେଳେ ସେହି ଗ୍ରାମର ୭ଜଣ ଶନିିବାର […]










