ଖୋଲିବ ସମବାୟ ପେଡି


ଭୁବନେଶ୍ୱର,୧ା୮: ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା! ବୁଧବାର ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ । ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି । ତଥ୍ୟ କହୁଛି, ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୧୪ କୋଟି ଟଙ୍କା ଅସୁଲ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଦୁର୍ନୀତିରେ ସଂପୃକ୍ତ ମାତ୍ର ୫୨୧ ଜଣ କର୍ମଚାରୀଙ୍କ ଉପରେ ହୋଇଛି କାର୍ଯ୍ୟନୁଷ୍ଠାନ । ସେହିପରି ରାଜ୍ୟରେ ଥିବା ୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଛି । ହେଲେ ଆଦାୟ ହୋଇଛି ମାତ୍ର ୧ କୋଟି ୮୪ ଲକ୍ଷ ଟଙ୍କା । ଆଉ ୧୯ କୋଟି ୩୪ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ଏହି ଦୁର୍ନୀତିରେ ୧୮୫ ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ବଡ଼ କଥା ହେଲା, ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ଦୁଇଟି ବୋର୍ଡ ଯଥା ଓଡ଼ିଶା ରାଜ୍ୟ ସମବାୟ ବୋର୍ଡ ଓ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ କମିଟିକୁ ଭାଙ୍ଗି ଦେଇଛନ୍ତି ସରକାର । ତେଣୁ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଏପଟେ ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ ରାଜନୀତି ।


Discover more from

Subscribe now to keep reading and get access to the full archive.

Continue reading