ଆନ୍ତର୍ଜାତୀୟ ଚିତ୍ର କର୍ମଶାଳାରେ କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ



କେନ୍ଦ୍ରାପଡ଼ା ୧୦/୧୧: ଅନ୍ତର୍ଜାତୀୟ ଚିତ୍ରକର୍ମଶାଳା ପଡୋଶୀ ଦେଶ ନେପାଳରେ ଆୟୋଜିତ ଡ୍ରିମସ୍କେପ ନେପାଳ-୨୦୨୫ କାଠମାଣ୍ଡୁ ସ୍ଥିତ ନେପାଳ ଆର୍ଟ କାଉନସିଲ ନେପାଳ ଆର୍ଟ ଗ୍ୟାଲେରୀଠାରେ ଚଳିତ ମାସ ୦୪ତାରିଖ ରୁ ୦୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଆକାର ଡ଼େକୋର ସଂସ୍ଥା ଦ୍ୱାରା ଭାରତ, ନେପାଳ, ବାଙ୍ଗଲାଦେଶ ଓ ମରିସସରୁ ମନୋନୀତ ୧୦୦ ଜଣ ଚିତ୍ରଶିଳ୍ପୀ ମଧ୍ୟରେ କେନ୍ଦ୍ରାପଡ଼ାର କ୍ରୀଷ୍ଣା ଏକାଡେମୀ ଅଫ ଆର୍ଟ ଆଣ୍ଡ କଲ୍ଚରର ପ୍ରତିଷ୍ଠାତା ତଥା ମହୀପାଳ ହାଇସ୍କୁଲ୍‌ର କଳା ଶିକ୍ଷକ ସୋମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭାରତୀୟ କଳା ସଂସ୍କୃତି ଓ ପ୍ରକୃତି ସୁରକ୍ଷା ବସ୍ତୁକୁ ନେଇ ଅଙ୍କିତ ଚିତ୍ର ଅତିଥି ମାନେ ବହୁତ ପ୍ରଶଂସା କରିବା ସହିତ ନେପାଳର ଚିତ୍ର କର୍ମଶାଳାରେ ଉପସ୍ଥିତ ଥିବା ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ରୁଦ୍ରାଖ୍ୟା ମାଳ ଓ ମାନପତ୍ର ସ୍ମୃତିଫଳକ ଦେଇ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସମ୍ମାନରେ ସମ୍ମାନିତ କରିଥିଲେ । ସୂଚନା ଯୋଗ୍ୟ ସୋମ୍ୟରଞ୍ଜନ ଏହା ପୁର୍ବରୁ ଇରାନ, ଜାପାନ, ଇଂଲଣ୍ଡ, ୟୁଏଇ, ନେପାଳ ରେ ଚିତ୍ର ପ୍ରଦର୍ଶନୀ କରି ଦେଶ ଓ ବିଦେଶରେ (୫୦୦) ପାଞ୍ଚ ଶହରୁ ଉର୍ଦ୍ଧ ଥର ବିଭିନ୍ନ ମଞ୍ଚରେ ସମ୍ମାନିତ ହୋଇ ନିଜ ପାଇଁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ କେନ୍ଦ୍ରାପଡା ପାଇଁ କଳା କ୍ଷେତ୍ରରେ ଗୌରବ ଆଣିଛନ୍ତି। ଓଡ଼ିଶା ଓ ଭାରତର କୋଣ ଅନୁକୋଣରେ ଥିବା ବୁଦ୍ଧିଯିବୀମାନେ ସୌମ୍ୟ ରଂଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Next Post

ଏତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ଉଦ୍‌ଯାପିତ

Wed Nov 12 , 2025
କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍‌ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ନିର୍ଦ୍ଧେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଜାମ୍ବର ମହାନ୍ତି ଯୋଗଦାନ କରି କହିଲେ ମାନବୀୟ ଗୁଣାବଳିର ବିକାଶ […]

KANIKA