ଡେପୁଟେସନ ଅର୍ଡର ବାତିଲ ଘଟଣାରେ ସ୍କୁଲରେ ପଡିଲା ତାଲା , ଡିଇଓଙ୍କ ଅନୁଧ୍ୟାନ ପରେ ନିଦ୍ଧେଶନାମା ସ୍ଥଗିତ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୬୬ ଶିକ୍ଷୟତ୍ର/ଶିକ୍ଷକଙ୍କ ଡେପୁଟେସନ ଅର୍ଡରକୁ ଜିଲା ଶିକ୍ଷାଧିକାରୀ ବାତିଲ କରିବା ପ୍ରତିବାଦରେ ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳର ୧୫ଟି ସ୍କୁଲରେ ତାଲା ପଡିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ସହିତ ବିଭିନ୍ନ ମହଲରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅପ୍ରତ୍ୟାଶିତ ଅର୍ଡରକୁ ସମାଲୋଚନା କରାଯାଇଥିଲା । ପରିସ୍ଥିତି ଅଣାୟତ ହେଉଥିବା ଘଟଣା ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ପଟ୍ଟାମୁଣ୍ଡାଇ ବିଇଓଙ୍କୁ ସରକାରୀ ଭାବେ ମେସେଜ ଦେଇ ପୂର୍ବ ଅର୍ଡର  ବାତିଲ ହୋଇଥିବା ୬୬ଜଣ ଶିକ୍ଷକ ଡ଼େପୁଟେସନ ଅର୍ଡର ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ଜଣାଇବା ପରେ ସୃଷ୍ଟି ହୋଉଥିବା ଅସ୍ୱାଭାବିକ ପରିସ୍ଥିତି ବସ୍ତୁତଃ ସ୍ୱାଭାବିକ ହୋଇଛି ।

ପଟ୍ଟାମୁଣ୍ଡାଇ ବ୍ଳକରେ କାର୍ଯ୍ୟରତ ୬୬ ଜଣ ଡେପୁଟେସନ ଶିକ୍ଷୟତ୍ରୀଶିକ୍ଷକଙ୍କୁ କେନ୍ଦ୍ରାପଡା ଡିଇଓ ପତ୍ର ସଂଖ୍ୟା ୮୧୩୯ ଏମ ୧୧ ।୭ ।୨୦୨୪ ଅନୁସାରେ ଅର୍ଡରକୁ ବାତିଲ କରି ମୂଳସ୍କୁଲରେ ଯୋଗଦେବାକୁ ଶୁକ୍ରବାର ପଟ୍ଟାମୁଣ୍ଡାଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଇଓ ୨ ।୮ ।୨୦୨୪ ପତ୍ର ସଂଖ୍ୟା ୧୪୮୦ ଅନୁସାରେ ୬୬ ଜଣ ଶିକ୍ଷକଙ୍କ ଡେପୁଟେସନ ଆଦେଶ ବାତିଲ ନିର୍ଦ୍ଧେଶ ଦେଇଥିଲେ । ନିର୍ଦ୍ଧେଶ ଅନୁଯାଇ ଶନିବାର ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନ ବିଭିନ୍ନ ଅଂଚଳର ୬୩ ପ୍ରାଥମିକ ବିଦ୍ୟାଳୟର ୬୬ ଡେପୁଟେସନ ଶିକ୍ଷକଙ୍କ କାର୍ଯ୍ୟଦେଶ ବାତିଲ କରି ନିଯୁକ୍ତି ପାଇଥିବା ମୂଳସ୍କୁଲରେ ଯୋଗଦେଇଥିଲେ । ଶିକ୍ଷକ ଅଭାବ ସ୍କୁଲଗୁଡ଼ିକରେ ଅସନ୍ତୋଷ ଦେଖା ଦେଇ ଶନିବାର ପାଖାପାଖି ୧୫ଟି ସ୍କୁଲର ସ୍ଥାନୀୟ ସରପଂଚ, କଉନସିଲର ଏବଂ ସ୍କୁଲ କମିଟି ସଭ୍ୟ ମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେବା ସହିତ ଆଦେଶ ବାତିଲ ନ ହେଲେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟକୁ ବନ୍ଦ ରଖାଯିବ ବୋଲି ଚେତାବନୀ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading