ସାଇବାବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ



କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଶ୍ରୀ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ପ୍ରାତଃ ସାତଘଟିକାରେ କଳସାଧିବାସ, ତôତ ପରେ ଶାନ୍ତି ହୋମ ଆରମ୍ଭ ହୋଇ ମହାଅଭିଷେକ ଓ ମଧ୍ୟାହ୍ନ ଆରତୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ପଣ୍ଡିତ ଚିରଞ୍ଜିବୀ ମିଶ୍ରଙ୍କ ସହ ସ୍ଥାନୀୟ ପୂଜକ ଗୈାରୀ ଶଙ୍କର ଦୀକ୍ଷିତ, ସଦାଶିବ ପଢିଆରୀ ଓ ସଂଗ୍ରାମ ପାଢୀ ଯଜ୍ଞ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଥିଲେ । ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ବନ୍ଦିତା ରାୟ, ନିମକାନ୍ତ ରାଉତରାୟ, ବୈଷ୍ଣବ କୈଳାସ, ରବିନ୍ଦ୍ର ମିଶ୍ର, ଜଗନ୍ନାଥ କୁଅଁର, ସୁଶୀଲ କୁମାର, ସରୋଜିନୀ ମହାପାତ୍ର, ଜୟଶ୍ରୀ ପତି ଓ ବାଦ୍ୟଯନ୍ତ୍ରରେ ଜଗନ୍ନାଥ ଦାସ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରି ପରିବେଶକୁ ଭକ୍ତିମୟ କରିଥିଲେ । କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ସମେତ ଓଡିଶାର ବିବିନ୍ନ ଅଞ୍ଚଳରୁ ସାଇ ଭକ୍ତ ମାନେ ଏହି ଉତ୍ସବରେ ଉପସ୍ଥିତ ରହି ଦିବ୍ୟ ଅନୁଭବର ଅନୁଭୂତି ନେଇଥିଲେ । ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ, ବିଧାୟକ ଗଣେଶ୍ୱର ବେହେରା, ଭାରତୀୟ ଜନତା ପାର୍ଟିର ସଭାପତି ଶଶାଙ୍କ ସେଠୀ, କିଶୋର ପଣ୍ଡା, ଅମିତାଭ ସୁଆର, ରାମଚନ୍ଦ୍ର ବେହେରା, ବିଶ୍ୱପ୍ରକାଶ କାନୁନଗୋ, ସୁନାକର ସାମଲ, ଝିଲି ଦାସ, ମନିଷା ପଣ୍ଡା,ପଣ୍ଡିତ ହୃଷିକେଶ ରଥ, ରାଜ କିଶୋର ରାଉତ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ସାଇ ଜନକଲ୍ୟାଣ ଟ୍ରଷ୍ଟ ତରଫରୁ ମୁଖ୍ୟ ଟ୍ରଷ୍ଟି ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ, ବିକ୍ରମାଆଦିତ୍ୟ ସାହୁ, ଅଭୟ ରାଉତ, ମୃଣାଳକାନ୍ତ ନାୟକ, ମାନସ ଧଳ, ଚିଦାନନ୍ଦ ଚୈଧୁରୀ, ପତିତପାବନ ବାରିକ, ଦୀପକ ବେହେରା, ନିରଞ୍ଜନ ସାହୁ ସ୍ୱରୂପ ରାଉତରାୟ, ତନ୍ମୟ ପଲେଇ, ଚିନ୍ମୟ ମହାନ୍ତି, ସନାତନ ଚୈଧୁରୀ, ଅଂଶୁମାନ କର, ଅମିତ ପାଇକରାୟ, କାଳିପ୍ରସାଦ ମହାରଣା, ସରିତା ଦାସ, ଚିନ୍ମୟୀ ମହାନ୍ତି, ଦୀପକ ଦାସ, ଚିତ୍ତରଞ୍ଜନ ଧଳ, ପ୍ରଦୀପ ସାହୁ, ବିଶ୍ୱ ରଞ୍ଜନ ଧଳ ପ୍ରମୁଖ ଉତ୍ସବ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।


Next Post

"ଗୀତା ଜ୍ଞାନ ଯଜ୍ଞ’ ଭକ୍ତମଣ୍ଡଳୀଙ୍କ ଉତ୍ସାହରେ ମନ୍ତ୍ରମୁଗ୍ଧ ହେଲା ସଂସ୍କୃତି ଭବନ

Sun Dec 21 , 2025
କେନ୍ଦ୍ରାପଡା, ୨୧/୧୨- ଉଦୟନଗର ସଂସ୍କୃତି ଭବନରେ ୧୯ ଡିସେମ୍ବରରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ “ଗୀତା ଜ୍ଞାନ ଯଜ୍ଞ’ର ଆୟୋଜନ ପ୍ରଜ୍ଞାନ ମିଶନ ଦ୍ୱାରା ହୋଇଥିଲା। ତିନିଦିନିଆ ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୬୦୦ରୁ ଅଧିକ ଭକ୍ତମଣ୍ଡଳୀଙ୍କ ଭିଡ଼, ଉତ୍ସାହ ଓ ଶ୍ରଦ୍ଧାରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଥିଲା। ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥିତ ହୋଇ, ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟର ୨୫ରୁ […]

KANIKA