ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା , ୫/୭: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ ସଂଘର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ପଣ୍ଡିତ ଭଗବାନ ସାହୁ ବିବରଣୀ ପାଠ କରିବା ସହିତ ବୈଠକର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏବର୍ଷ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଉପକଣ୍ଠରେ କରାଯିବ ବୋଲି ସ୍ଥିର କରାଯାଇଗଲା । ଅତିଥିମାନଙ୍କ ସହିତ ଯୋଗାଯୋଗ ପରେ ନିର୍ଦ୍ଧିଷ୍ଟ ସ୍ଥାନ ଓ ତାରିଖ ପରବର୍ତ୍ତୀ ବୈଠକରେ ପ୍ରକାଶ କରାଯିବ ବୋଲି ସମ୍ପାଦକ ସଭାକୁ ଜଣାଇ ଥିଲେ । ପଣ୍ଡିତ ପ୍ୟାରୀ ମୋହନ ସ୍ୱାଇଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ କରାଯିବ ଏବଂ ବିଦ୍ୟାଳୟରେ ପିଲାମାନଙ୍କୁ ସଂସ୍କୃତ ଦିବସର ତାତ୍ପର୍ଯ୍ୟ ବୁଝାଇବାକୁ ପ୍ରତ୍ୟେକ ସଂସ୍କୃତ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ଗୀତାପାଠ ପ୍ରତିଯୋଗିତା ମଣ୍ଡଳସ୍ତରୀୟ ହୋଇ ପ୍ରତ୍ୟେକ ମଣ୍ଡଳରୁ ଦୁଇଜଣ ବିଜେତା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଜିଲ୍ଲାସ୍ତରୀୟ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ଯଥାକ୍ରମେ ୫୦୦,୩୦୦,୨୦୦ଅର୍ଥରାଶିର ବ୍ୟବସ୍ଥା ଥିବାର ସଭାପତି ଜଣାଇଥିଲେ । ଏହି ବୈଠକରେ ପଣ୍ଡିତ ସୁରେଶ ପାଣି, ହାଡିବନ୍ଧୁ ଭୂୟାଁ, ଶିବ ନାରାୟଣ ରଥ, ଗୋଲକ ବିହାରୀ ନାୟକ, ରଞ୍ଜନ କୁମାର ଜେନା, ନର୍ମଦା ବେହେରା, ସତ୍ୟବ୍ରତ ନନ୍ଦ, ଅଳକାମଞ୍ଜରୀ ମହାନ୍ତି, ପର୍ଶୁରାମ ତ୍ରିପାଠୀ, ରେଣୁବାଳା ସାମଲ ପ୍ରଭୃତି ଶିକ୍ଷକ/ଶିକ୍ଷିକା ଯୋଗ ଦେଇଥିଲେ । ପଣ୍ଡିତ ସରୋଜ କୁମାର ଦାଶ ବେଦ ପାଠ ଓ ପଣ୍ଡିତ ମାନସ ମୁଦ୍ରା ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading