ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ବୁଲେଟ



କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି ବୁଲେଟ୍‌ଟି ଦୋକାନ ସମ୍ମୁଖ ରାସ୍ତା କଡରେ ରଖି ଦୋକାନ ମଧ୍ୟକୁ ଯାଇଥିଲେ। ଠିକ ଏହି ସମୟରେ ହଠାତ ବୁଲେଟ୍‌ଟି ଜଳି ଉଠିଥିଲା। ବହୁ ଦୂର ବାଟ ଚାଲିବା ପରେ ଗାଡିର ଇଞ୍ଜିନଟି ଗରମ ହୋଇଯିବାରୁ ହୁଏତ ବୁଲେଟ୍ ଇଞ୍ଜିନ୍‌ରେ ନିଆଁ ଲାଗି ଜଳି ଉଠିଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେବି ଅଗ୍ନିିଶମ ବିଭାଗ ଗାଡି ପହଞ୍ଚିବା ବେଳକୁ ସ୍ଥାନୀୟ ଦୋକାନୀମାନଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା। ବୁଲେଟରେ ନିଆଁ ଲାଗିବା ଦ୍ୱାରା କାହାର କିଛି କ୍ଷତିହୋଇ ନଥିବା ସୂଚନା ମିଳିଛି।


Next Post

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚିତ

Mon Aug 12 , 2024
କେନ୍ଦ୍ରାପଡ଼ା,୧୧ା୮:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଦାସ କହିଥିଲେ ଯେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର କନିକା ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର […]

KANIKA