ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚିତ



କେନ୍ଦ୍ରାପଡ଼ା,୧୧ା୮:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଦାସ କହିଥିଲେ ଯେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର କନିକା ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର। ତାଙ୍କ ରଚିତ “ଦୁଃଖିନୀ କନିକା” ପୁସ୍ତକକୁ ଇଂରେଜ ସରକାର ବାଜ୍ୟାପ୍ତି କରିଦେଇଥିଲେ। ସେହିଦିନ ଠାରୁ ଗୋପବନ୍ଧୁ ଦାସ ସ୍ୱର୍ଗତ ଜେନାଙ୍କୁ ଦୁଃଖିନୀ କନିକା ନାମରେ ସମ୍ବୋଧନ କରିଥିଲେ। ସ୍ୱର୍ଗତ ଦାସ ହଜାରୀବାଗ ଜେଲରେ ଥାଇ ଆନନ୍ଦ ଚନ୍ଦ୍ରଙ୍କୁ ଚିଠି ମାଧ୍ୟମରେ ସାନ୍ତ୍ୱାନା ଦେଇଥିଲେ। ଏହି ଦୁଃଖିନୀ କନିକା ପୁସ୍ତକ ଗାନ୍ଧିଜୀଙ୍କ ‘ଇଙ୍ଗ ଇଣ୍ଡିଆ’ ପତ୍ରିକାରେ ପ୍ରକାଶ ପାଇଥିଲା। ଯାହାକୁ ଦେଖି ଜାତୀୟ ସ୍ତରର ନେତା ଲାଲା ଲାଜପତରାୟ, ଭି.ଭି. ଗିରି, ମଦନମୋହନ ମାଲବ୍ୟ, ଚିତ୍ତରଞ୍ଜନ ଦାସ ପ୍ରମୁଖ ହତବାକ୍ୟ ହୋଇପଡିଥିଲେ। ଜାତୀୟ ସ୍ତରରେ ପରିଚିତ ହୋଇଥିବା ସ୍ୱର୍ଗତ ଜେନାଙ୍କର ୪୨ଏକର ସମ୍ପତ୍ତିକୁ କନିକା ରାଜା ଓ ଇଂରେଜ ସରକାର ମିଶି ନିଲାମ କରିଦେଇଥିଲେ। ସେ ୭ଥର କାରାବରଣ କରିଥିଲେ। ଶେଷରେ ଏହି ମହାନ ସଂଗ୍ରାମୀଙ୍କୁ ଦେଶ ସ୍ୱାଧୀନତା ହେବା ପୂର୍ବରୁ ୧୯୪୬ ମସିହାରେ ଖାଦ୍ୟରେ ବିଷ ମିଶାଇ ମାରିଦେଇଥିଲେ। ସେହିଦିନ ଠାରୁ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର ଦେଶ ପାଇଁ ମହାନ ବଳିଦାନ ରହିଥିଲା। ଏହାପରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ବିଚିତ୍ରାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ପ୍ରଦିପ କୁମାର ଦାଶ, ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଂଗଠନ ସମ୍ପାଦକ ମୁକ୍ତାର ଖାଁ ଓ ଧିରେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ଚନ୍ଦନବିହାରୀ ପରିଡା ଓ ସତ୍ୟବ୍ରତ ସିଂ, ସଂଯୋଜକ ପ୍ରଭାତ କିଶୋର ନାୟକ ଓ ସଞ୍ଜୟ କୁମାର ଜେନା, ସାଂସ୍କୃତିକ ସମ୍ପାଦକ ଶୁଭାଂଶୁ ଦାସ ଓ ଅଶୋକ କୁମାର ସାହୁ, ସହ ସମ୍ପାଦକ ଗୋଲଖ ଚନ୍ଦ୍ର ପରିଡା ଓ ଶେଷଦେବ ପ୍ରସାଦ ଦାସ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସିଂ, ପ୍ରବକ୍ତା ଭାବେ ଅବନ୍ତୀ ବେହେରା ଓ ଆଦିକନ୍ଦ ରାଉଳ, କ୍ରୀଡା ସମ୍ପାଦକ ଜ୍ୟୋତିର୍ମୟ ଦାସ, ଅକ୍ଷୟପ୍ରିୟ ଦାସ ଓ ସେକ ସୈାକତ ଖାନ ଏବଂ ଉପଦେଷ୍ଟା ଭାବେ କବି କରୁଣାକର ଦାସ, ଅଧ୍ୟାପକ ନନ୍ଦ କିଶୋର ପରିଡା, ଡ. ବାସୁଦେବ ଦାସ, ହୃଷିକେଶ ରଥ, ନିରାକାର ଦାସ, ଅମ୍ବିକା ପ୍ରସାଦ ଦାସ, ବିରଜା ରାଉତରାୟ, ଆଶିଷ ସେନାପତି, ନିରଞ୍ଜନ ମେକାପ, ମହମ୍ମଦ ଆକବର ଅଲ୍ଲୀ, ଭାଗିରଥୀ ଜେନା ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ଗୁରୁ, ନିରଞ୍ଜନ ବଳ, ପୀତବାସ ଦାସ, ସେକ ସାମା, ସୟଦ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରଣଧୀର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading