କେନ୍ଦ୍ରାପଡାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ



କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ଏହାପୂର୍ବରୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୨ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ମତ୍ସ୍ୟ, ଶିଳ୍ପ, ଓଡିଶା ଜୀବିକା ମିଶନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ପରେ ଜିଲ୍ଲାପାଳ ଗରଦପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ । ଅପରାହ୍ନରେ ଘରେଘରେ ତ୍ରିରଙ୍ଗା ଅଭିଯାନ ଆନୁକୂଲ୍ୟରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଏବଂ ୭୮ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍‌’ ଲେଖିବା ସହ ତ୍ରିରଙ୍ଗା ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇଥିଲେ । ପରେ ଜାତୀୟ ପତାକା ଧରି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ତ୍ରିରଙ୍ଗା ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ôଚବା ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ରମେଶ ପଣ୍ଡା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ, ନିର୍ବାହୀ ଅଧିକାରୀ, ଷ୍ଟାଫ୍ କମିଟିର କର୍ମକର୍ତ୍ତା ଓ ଜିଲ୍ଲା କାର୍ଯ୍ୟାଳୟର କର୍ମକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।


Next Post

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା ଶାଖା ପକ୍ଷରୁ ସତ୍ୟାଗ୍ରହ

Mon Aug 12 , 2024
କେନ୍ଦ୍ରାପଡ଼ା,୧୨ା୮: ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଜୋରଜବରଦସ୍ତ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇଦେବା ସହ ସେଠାରେ ଥିବା ଗାନ୍ଧୀ-ସର୍ବୋଦୟ ପ୍ରକାଶନ ସଂସ୍ଥା ଓ ହଜାର ହଜାର ଦୁର୍ଲଭ ପୁସ୍ତକକୁ ନଷ୍ଟ କରିଦେବା ପରି କୁଖ୍ୟାତ କାର୍ଯ୍ୟର ପ୍ରଥମ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର୍ି ସମ୍ମୁଖରେ ଧ୍ୟାନ ଆକର୍ଷଣ […]

KANIKA