
କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଓରମାସର ନିର୍ବାହୀ ଅଧିକାରୀ ନିରୋଦ କୁମାର ଜେନା, ଏଲ୍ଡିଏମ୍ ମନୋଜ ପ୍ରଧାନୀ, ପିଏମ୍(ସ୍କିଲ) ଅବଦୁଲ ରହେମାନ ଖାନ, ପିଏମ୍(ଆରଏଚ୍) ପୁଷ୍ପା ରାଉଳ, ପିଏମ୍(ଫାଇନାନ୍ସ) ମନିସା ଗୁପ୍ତା, ସୁକନ୍ୟା ସ୍ୱାଇଁ, ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ପ୍ରିୟଙ୍କା ରାଉଳ, ଦକ୍ଷତା ତାଲିମର ଜିଲ୍ଲା ସଂଯୋଜିକା ମୋନାଲିସା ନାୟକ, ବିଜନେସ ମ୍ୟାନେଜର ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାକ୍ଷୀ ଷ୍ଟଲରେ ବନଦୁର୍ଗା ଟେରାକୋଟା- ତେରଗାଁ, ମା ଜଗଧାତ୍ରୀ ଟେରାକୋଟା- ପରକୂଳା, ଶିବ ପାର୍ବତୀ କାଇଁଚ- ଜଜାଙ୍ଗ, ସତ୍ୟସାଇ କାଇଁଚ- ଜଜାଙ୍ଗ, ହସ୍ତକଳା କାଇଁଚ- ବାରୋ, ସିଦ୍ଧ ବଳଦେବଜୀଉ କାଇଁଚ- ବାରୋ, ସୀତାରାମ- ପଳସିଂହା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀମାନ ପ୍ରଦର୍ଶିର୍ତ ହୋଇଛି। ଏହି ୬ଟି ଉତ୍ପାଦକ ଗୋଷ୍ଠୀର ୨ଶହ କାରିଗରଙ୍କ ଦ୍ୱାରା ଟେରାକୋଟା ଓ କାଇଁଚ ଭଳି ପରିବେଶ ଅନୁକୂଳ ସାମଗ୍ରୀରୁ ପ୍ରସ୍ତୁତ ରାକ୍ଷୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲରେ ବିକ୍ରି କରାଯିବ ।











