ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା


କେନ୍ଦ୍ରାପଡ଼ା, ୧୪ା୮: କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରସ୍ମି ମହାପାତ୍ର। ଏହି ଶୋଭାଯାତ୍ରାଟି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ରାଉତଙ୍କ ନେତୃତ୍ୱରେ ସାନ୍ଧ୍ୟ ମହାବିଦ୍ୟାଳୟରୁ ବାହାରି ସମଗ୍ର କେନ୍ଦ୍ରାପଡା ନଗର ପରିକ୍ରମା କରିଥିଲା । ଏଥିରେ ଉପସ୍ଥିତ ଥିଲେ କଟକ ବିଭାଗ ସହ ସଂଯୋଜକ ସତ୍ୟରଞ୍ଜନ ନାୟକ, କଟକ ବିଭାଗ ଏସ୍ .ଏଫ୍‌. ଡି ସଂଯୋଜକ ଶଶୀ ପ୍ରସାଦ ମହାରଣା, ପ୍ରସାନ୍ତ ନାୟକ, ମନୋଜ, ମୃତ୍ୟୁଞ୍ଜୟ, ଭାଗ୍ୟଶ୍ରୀ ଚୁଳି, ସସ୍ମିତା, ଶୁଭଲକ୍ଷ୍ମୀ, ଶୁଭମ୍ ମଲ୍ଲିକ୍ , ଧୀରେନ୍ଦ୍ର ବେହେରା, ଦିବ୍ୟଜ୍ୟୋତି ପରିଡ଼ା ଅନେକ ଛାତ୍ରଛାତ୍ରୀ ସାନ୍ଧ୍ୟ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସୌୟଂଶାସିତ ମହାବିଦ୍ୟାଳୟର ଉପସ୍ଥିତ ଥିଲେ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Thu Aug 15 , 2024
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭାବେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ […]

KANIKA