ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା


କେନ୍ଦ୍ରାପଡ଼ା, ୧୪ା୮: କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରସ୍ମି ମହାପାତ୍ର। ଏହି ଶୋଭାଯାତ୍ରାଟି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ରାଉତଙ୍କ ନେତୃତ୍ୱରେ ସାନ୍ଧ୍ୟ ମହାବିଦ୍ୟାଳୟରୁ ବାହାରି ସମଗ୍ର କେନ୍ଦ୍ରାପଡା ନଗର ପରିକ୍ରମା କରିଥିଲା । ଏଥିରେ ଉପସ୍ଥିତ ଥିଲେ କଟକ ବିଭାଗ ସହ ସଂଯୋଜକ ସତ୍ୟରଞ୍ଜନ ନାୟକ, କଟକ ବିଭାଗ ଏସ୍ .ଏଫ୍‌. ଡି ସଂଯୋଜକ ଶଶୀ ପ୍ରସାଦ ମହାରଣା, ପ୍ରସାନ୍ତ ନାୟକ, ମନୋଜ, ମୃତ୍ୟୁଞ୍ଜୟ, ଭାଗ୍ୟଶ୍ରୀ ଚୁଳି, ସସ୍ମିତା, ଶୁଭଲକ୍ଷ୍ମୀ, ଶୁଭମ୍ ମଲ୍ଲିକ୍ , ଧୀରେନ୍ଦ୍ର ବେହେରା, ଦିବ୍ୟଜ୍ୟୋତି ପରିଡ଼ା ଅନେକ ଛାତ୍ରଛାତ୍ରୀ ସାନ୍ଧ୍ୟ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସୌୟଂଶାସିତ ମହାବିଦ୍ୟାଳୟର ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading