ମାଟିବଂଶ ଅବଧାନ ସମାଜ ପତାକା ଉତ୍ତୋଳନ

କେନ୍ଦ୍ରାପଡା,୧୬/୮: ଆଜି ସ୍ୱାଧୀନତା ଦିବସ ଅବସରରେ ସକାଳ ୭.୩୦ମିନିଟ ସମୟରେ “ମାଟିବଂଶ” ଅବଧାନ ସମାଜ ତରଫରୁ ଗୁହାଳସିଂସ୍ଥିତ କାର୍ଯ୍ୟାଳୟରେ ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ରାଜ୍ୟସଂଘ ଉପଦେଷ୍ଟା ଉପେନ୍ଦ୍ର କୁମାର ବେଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆମ ଜନ୍ମଭୂମି ଭାରତର ଐକ୍ୟତା ବଜାୟ ରଖିବା ସହିତ ସ୍ୱାଧୀନତା ହାସଲ ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ବିଷୟରେ ଆଲୋଚନା କରାଯାଇଥିଲା । ମାଟିବଂଶ ଅବଧାନ ସମାଜ ଡାକରାରେ ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରାଜ୍ୟ ସଭାପତି ଅଭିରାମ ନାୟକ, କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଓ ରାଜ୍ୟ ସହ ସମ୍ପାଦକ ଅଭିମନ୍ୟୁ ନାୟକ, ଡେରାବିଶ ବ୍ଲକ ସଭାପତି ଓ ଉପଦେଷ୍ଟା ଶ୍ରୀଧର ନାଥ, ପଣ୍ଡିତ ଶ୍ରୀଧର ନାଥ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ହରେକୃଷ୍ଣ ମହାରଣା, ଉପଦେଷ୍ଟା ଅଶୋକ କୁମାର ଗେରୁ ଓ ମଧୁସୁଦନ ଗେରୁ ପ୍ରଭୃତି ବହୁ ବ୍ଲକର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦେଶରକ୍ଷା ପାଇଁ ଅଭିଭାଷଣ ଓ ସ୍ଲୋଗାନ ଦେଇଥିଲେ । ଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।
ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ସ୍ୱାଧିନତା ଦିବସ ପାଳନ
କେନ୍ଦ୍ରାପଡା,୧୬ା୮: ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁଜିତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଥିବା ବରପୁତ୍ରମାନଙ୍କୁ ମାଲ୍ୟାପର୍ଣ କରିବା ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇ କହିଥିଲେ ଯେ ବିକଶିତ ଭାରତ ଓ ବିକଶିତ ଓଡିଶାର ସମ୍ଭବ ବର୍ତ୍ତମାନ ଓ ଆଗାମୀ ଯୁବ ପିଢିମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ପରିଷଦର ସଭ୍ୟ ଡଃ ଗୌତମ ଚରଣ ପଟ୍ଟନାୟକ, ବସନ୍ତ କୁମାର ସେଠୀ ଓ ସଭ୍ୟା ଅମ୍ରିତା ମିଶ୍ର ଉକ୍ତ ଦିବସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରବିନ୍ଦ୍ର କୁମାର ବଳ ଦେଶ ଓ ରାଜ୍ୟର ବିକାଶ ପାଇଁ ସମସ୍ତ ମାନବ ଜାତି ଏକତ୍ରହୋଇ ସମାଜକୁ ଉନ୍ନତି ପଥରେ ଆଗେଇନେବା ପାଇଁ ମତ ରଖିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡ଼ା ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ମନକରପୁରସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ମହାସଙ୍ଘର ସଭାପତି ଶରତ କୁମାର ବେହୁରା ଜାତୀୟ ପତକା ଉତ୍ତୋଳନ କରିଥିଲେ। କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିଆରୀ ସହିଦ୍ ବୀରମାନଙ୍କ ତ୍ୟାଗପୂତ ଜୀବନକୁ ମନେପକାଇବା ସହ ସ୍ୱାଧୀନତା ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଡ଼. ଚୈତନ୍ୟ ଚରଣ ପରିଡ଼ା, ସଂଯୋଜକ ଚନ୍ଦନ ପରିଡା ପ୍ରମୁଖ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ମନକରପୁର ଗ୍ରାମରେ ଡେଙ୍ଗୁ ରୋଗର ଭୟାବହତା ଓ ତାହାର ନିରାକରଣ ଏବଂ ପରିବେଶ ପରିଛନ୍ନତା ଉପରେ ଆଲୋକପାତ କରିଥିଲେ।
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚପକ୍ଷରୁ ସ୍ୱାଧୀନତା ଦିବସ ପାଳନ
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମଞ୍ଚର ସଭାପତି ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏହାପରେ ଅନୁଷ୍ଠିତ ସଭାରେ ସଭାପତି ଶ୍ରୀ ମହାନ୍ତି ସ୍ୱାଧୀନତାର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଡା. ବିଶ୍ୱପ୍ରକାଶ କାନୁନଗୋ, ଡା. ବିଜୟ କୁମାର ଦାସ, ଅଦୈତ କୁମାର ଦାସ, ଉପସଭାପତି ପ୍ରହ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, ବିତ୍ତ ସମ୍ପାଦକ ରବୀନ୍ଦ୍ର କୁମାର ବାରିକ, ନରୋତ୍ତମ ଜେନା, ରବୀନ୍ଦ୍ର କୁମାର ରଥ, ବିଦ୍ୟାଧର ଦାସ, ନୁରୁଲ ଅମିନ, ସୟଦ ଅକମଲ ଅଲ୍ଲୀ, ପରମାନନ୍ଦ ସେଠୀ, ଜଗମୋହନ ହୋତା, ଡା. ଶରତ ଚନ୍ଦ୍ର ସ୍ୱାଇଁ, ଗଗନବିହାରୀ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ରାପଡା ପୈାରସଂସ୍ଥାରେ ସ୍ୱାଧୀନତା ଦିବସ ପାଳନ
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ପୌରପାଳିକା ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ସରିତା ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପୌରାଞ୍ଚଳବାସୀଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶାସନ ସଚିବ ଉଷା ପାଢ଼ୀ ଓ ପୌର ପ୍ରଶାସନ ନିର୍ଦ୍ଦେଶକ ଦେବାଶିଷ ସିଂହଙ୍କ ସ୍ୱାକ୍ଷର ସମ୍ବଳିତ ପ୍ରଶଂସାପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କେନ୍ଦ୍ରାପଡା ପୈାରସଂସ୍ଥାର ଲାଇସେନ୍ସ ଇନ୍ସପେକ୍ଟର ସଂଜୀବ କୁମାର ମହାନ୍ତି, ନିର୍ମାଣ ବିଭାଗର ବରିଷ୍ଠ କର୍ମଚାରୀ ମାନସ ରଞ୍ଜନ ମହାନ୍ତି ଓ ଅଶୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରଶଂସା ପତ୍ରକୁ କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ପୌରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌର ସଦସ୍ୟ ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ଜୟନ୍ତୀ ପାଣି, ଅସୀମା ନାୟକ, ଚୌଧୁରୀ ସୁକୁମାର ଦାସ ଓ ପୂର୍ବତନ ପୌର ସଦସ୍ୟ ହିରଣ୍ୟ ପଣ୍ଡାଙ୍କ ସମେତ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ ।










