ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ଦୂର୍ଘଟଣା ଘଟିବାର ଆଶଙ୍କା



କେନ୍ଦ୍ରାପଡା,୧୭ା୮: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦ୍ୟୁତ ତାର ଉପରେ ଏକ ବାଉଁଶ ବୁଦା ଶୋଇରହିଛି। ଏହି ବାଉଁଶ ବୁଦାଟି ହେଉଛି ଦିଲ୍ଲିପ ଦାଶଙ୍କର। ପବନ ବହିଲେ ବାଉଁଶ ଗୁଡିକ ୫/୬ଫୁଟ୍ ତଳକୁ ଅଣେଇ ହୋଇ ଆସୁଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହାବ୍ୟତିତ ଶ୍ରୀ ଦାଶଙ୍କ ଘର ନିକଟରୁ ପୂର୍ବ ପାଶ୍ୱର୍କୁ ଯାଇଥିବା ଏହି ବିଦ୍ୟୁତ ତାରରୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ବିଭିନ୍ନ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ସେହି ଗ୍ରାମର ବିଦ୍ୟୁତ ଉପଭୋକ୍ତା ନିତ୍ୟାନନ୍ଦ ଦାଶ, ହୃଷିକେଶ ସାହୁ, ଅଗଣି ସାହୁ, ମିନତୀ ଦାଶ, କେଶବ ଚନ୍ଦ୍ର ଦାଶ, ଭ୍ରମରବର ଦାଶ ପ୍ରମୁଖ ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀ, ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀ, ନୂଆପଡା ଓ ମାର୍ଶାଘାଇ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।


Next Post

ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ହର ଘର ଏକ ପୈାଦ୍ଧା

Sat Aug 17 , 2024
କେନ୍ଦ୍ରାପଡା,୧୭ା୮: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଅନସ୍ୱୀକାର୍ଯ୍ୟ। ବୃକ୍ଷ ପ୍ରାଣୀ ଜଗତର ପରମବନ୍ଧୁ। ପ୍ରାଣୀ ଓ ଉଭିଦ୍ଦ ନିର୍ଭରଶୀଳ। ତେଣୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷର ଅହେତୁକ ଅଭାବ, ବାୟୁମଣ୍ଡଳ ପ୍ରଦ୍ୟୁଷଣ, ଅପବୃଷ୍ଟି, ଭୁସ୍ଖଳନ ଭଳି ନାନାଦି ପ୍ରାକୃତିକ ବିପର୍ଯ୍ୟୟ ମାନ ପରିଲିଖିତ ହୋଇଆସୁଛି। ଯାହାଦ୍ୱାରାକି ପରିବେଶର ସନ୍ତୁଳନ ବିଗିଡି ଯାଉଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସ୍ୱୟଂ […]

KANIKA