ବଜ୍ରପାତରେ ମୃତ ପରିବାରକୁ ଭେଟିଲେ ସହାୟତା କଲେ ବିଧାୟକ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଗତକାଲି ବ୍ରଜପାତରେ ମୃତ୍ୟୁବରଣ କରିଥିବା ଚାଷୀ ବିଜୟ ମଳିକଙ୍କ ପରିବାରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତି ସୁଦାମ ରାଉତ, ପ୍ରାକ୍ତନ ସଭାପତି ଗୌରାଙ୍ଗ ସ୍ଵାଇଁ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀକାନ୍ତ ସ୍ୱାଇଁ , ଯୁବସମାଜ ସେବୀ ଟୁଲୁ ସାହୁ, ପ୍ରଶାନ୍ତ ସ୍ୱାଇଁ, ମୁନା ମହାପାତ୍ର ପ୍ରମୁଖ ମୃତ ଉପସ୍ଥିତ ରହିଥିଲେ ।

 

ସେହିପରି ଵିଲିକଣା ପଞ୍ଚାୟତ ଵଡଗରା ଗ୍ରାମରେ ଗତକାଲି ବଜ୍ରପାତରେ ମୃତ୍ୟୁବରଣ କରିଥିବା କୃଷକ ରାଜ କିଶୋର ପ୍ରଧାନଙ୍କ ପରିବାରକୁ ବିଧାୟକ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷା ପ୍ରତିନିଧି ଇଂ ସ୍ବପ୍ନ ରଞ୍ଜନ ବେହେରା,ପ୍ରାକ୍ତନ ସରପଞ୍ଚ ବିଜୟ ରାଉତ,ଦୋଷିଆ ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି ପ୍ରଦୀପ ସାହୁ ଯୁବ ନେତା ତିଲୋଚନ ସ୍ୱାଇଁ ତେରୋହି ସମବାୟ ସମିତି ସଭାପତି ରମେଶ ସ୍ବାଇଁ , ରବିନ୍ଦ୍ରନାଥ ସାହୁ ତୁଳସୀ ରାଉତ,ହୃଷିକେଶ ସ୍ଵାଇଁ ବାବାଜୀ ରାଉତ ଗଣେଶ୍ୱର ସାହୁ ଦିଗାମ୍ବର ପ୍ରଧାନ , ମହେଶ୍ୱର ରାଉତ କୁଳମଣି ସ୍ଵାଇଁ ପ୍ରମୁଖ ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading