
କେନ୍ଦ୍ରାପଡା, ୫/୫: ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଭୋଟର ସଚେତନତା ଅଭିଯାନ “ଦେଶ ପାଇଁ ମତଦାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଅରୁଣସ୍ତମ୍ଭ ନିକଟରେ ସଚେତନତା ବାର୍ତ୍ତା ପ୍ରଚାର ପତ୍ରକୁ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଓ ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ । ମତଦାନ ପ୍ରତ୍ୟେକ ନାଗରିକର ଅଧିକାର ଓ କର୍ତ୍ତବ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ପ୍ରଚାରପତ୍ର ବଣ୍ଟନ କରାଯାଇ ମତଦାନ ପାଇଁ ସଚେତନତା କରାଯାଇଥିଲା । ଏହି ସଚେତନତା ପ୍ରଚାରପତ୍ର ଜୟରାଷ୍ଟ୍ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସମଗ୍ର ଜିଲ୍ଲାରେ ବିତରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଉନ୍ମୋଚନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜ୍ୟୋତିରଞ୍ଜନ ନାୟକ, ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ, ନିରଞ୍ଜନ ମହାରଣା, ଲକ୍ଷ୍ମୀକାନ୍ତ ନାୟକ, ବିକାଶ ସ୍ୱାଇଁ, ବିରେନ୍ଦ୍ର ଦାସ, ରଶ୍ମିରଞ୍ଜନ ସ୍ୱାଇଁ, ସୁଶାନ୍ତ ନାୟକ, ଗୌତମ ସାହୁ, ଜ୍ଞାନରଞ୍ଜନ ଦାସ, ରାଜେନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ ବେହୁରା ପ୍ରମୁଖ ଯୋଗ ଦେଇଥିଲେ । ମାତୃଦତ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପଙ୍କଜ ସିହ୍ନା ଧନ୍ୟବାଦ ଦେଇଥିଲେ ।











